Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଚେନ୍ନାଇରେ ବିହାରୀ ଶ୍ରମିକଙ୍କୁ ଭେଟିଲା ନିତିଶ ସରକାରଙ୍କ ଅଧିକାରୀ ଟିମ୍‌, କହିଲେ ଭାଇରାଲ ଭିଡିଓ Fake

7/03/2023 at 5:55 PM

ଚେନ୍ନାଇ ୭।୩: ତାମିଲନାଡୁରେ ବିହାରୀ ଶ୍ରମିକଙ୍କ ଉପରେ କଥିତ ଆକ୍ରମଣ ଖବର ମିଥ୍ୟା ଥିଲା। ଆକ୍ରମଣର ଭାଇରାଲ ଭିଡିଓ ଓ ଗୁଜବ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏହି ଖବରକୁ ନେଇ ବିହାର ସରକାରଙ୍କ ଅଧିକାରୀ ତାମିଲନାଡୁରେ ପହଞ୍ଚିଛନ୍ତି। ସେଠାରେ ସେମାନେ ବିହାର ଶ୍ରମିକଙ୍କ ସହ କଥା ହେବା ପରେ ଭାଇରାଲ ଭିଡିଓ ଫେକ୍‌ ଥିଲା ବୋଲି ଜାଣିବାକୁ ପାଇଛନ୍ତି। ତେବେ ସେଠାରେ ପରିସ୍ଥିତି ସ୍ୱଭାବିକ ଥିବା ଅଧିକାରୀମାନେ କହିଛନ୍ତି।

ବିହାର ସରକାରଙ୍କ ଅଧିକାରୀ ବାଲାମୁରୁଗନ ଓ ସନ୍ତୋଷ କୁମାର ତାମିଲନାଡୁ ସରକାରଙ୍କ ଅଧିକାରୀଙ୍କ ସହ କଥା ହେବା ଲାଗି ଚେନ୍ନାଇ ଯାଇଥିଲେ। ଚେନ୍ନାଇରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଗ୍ରାମୀଣ ବିକାଶ ବିଭାଗ ସଚିବ ବାଲାମୁରୁଗାନ  କହିଛନ୍ତି ଯେ ସୋସିଆଲ ମିଡିଆରେ କେତେକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ତାମିଲନାଡୁରେ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବାର ଦେଖାଯାଉଥିଲା। ଏବେ ଯାଞ୍ଚରେ ଏହି ଖବର ମିଥ୍ୟା ବୋଲି ଜଣାପଡିଥିବା କହିଛନ୍ତି।

ବିହାର ସରକାରଙ୍କ ଅଧିକାରୀମାନେ ଚେନ୍ନାଇରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ସହ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି। ଏହି ପୁରା ପ୍ରକରଣ ଗୁଜବ ବୋଲି ଅଧିକାରୀମାନେ ଶ୍ରମିକଙ୍କୁ ବୁଝାଇବା ସହ ଏହାକୁ ନେଇ ଏତେ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। ବାଲାମୁରୁଗନ କହିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଫେକ୍ ଥିଲା। ତେବେ ଏହି ସବୁ ଭିଡିଓ ଯୋଗୁ ଲୋକେ ଭୟଭୀତ ହୋଇପଡିଛନ୍ତି।

ତାମିଲନାଡୁ ପୋଲିସ ଓ ଅନ୍ୟ ସୂତ୍ରରୁ ଭିଡିଓ ଏବଂ ବାର୍ତ୍ତା ସବୁ ମିଥ୍ୟା ବୋଲି ପ୍ରମାଣିତ ହୋଇସାରିଛି। ଏଣୁ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁର ତ୍ରିପୁର ଓ କୋୟମ୍ବାଟୁର ଜିଲ୍ଲାରେ ୨ଟି ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବାର ଦାବି କରାଯାଉଥିଲା। ଏହି ଭିଡିଓ ଯୋଗୁ ପୁରା ରାଜ୍ୟରେ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଓ ଡରରେ ସେମାନେ କାମକୁ ଯିବା ମଧ୍ୟ ବନ୍ଦ କରିଦେଇଥିଲେ ଓ ଘରକୁ ଫେରିବାରୁ ପ୍ରସ୍ତୁତି କରୁଥିଲେ।

ତାମିଲନାଡୁ ସରକାରଙ୍କୁ ବିହାର ସରକାର ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ତାମିଲନାଡୁ ପୋଲିସ ମାମଲାର ତଦନ୍ତ କରି ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ନକଲି ଓ ଏପରି ଭିଡିଓ ପ୍ରସାରଣ ଲାଗି ତାମିଲନାଡୁ ବିଜେପି ଅଧ୍ୟକ୍ଷଙ୍କ ସମେତ ଅନେକଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ମାମଲା ରୁଜୁ ହୋଇଥିବା କୁହାଯାଇଛି।

   Related Posts