ବିହାର ସରକାରଙ୍କ ଆଦେଶ, ଏବେ ସଚିବାଳୟକୁ ଜିନ୍ସ ଓ ଟି-ସାର୍ଟ ପିନ୍ଧି ଆସିପାରିବେନି କର୍ମଚାରୀ

Published By : Prameya-News7 Bureau | August 31, 2019 IST

ପାଟନା : ସରକାରୀ କର୍ମଚାରୀଙ୍କ ଲାଗି ନୂଆ କଟକଣା ଜାରି କରିଛନ୍ତି ବିହାର ସରକାର। ବିଶେଷ କରି ସଚିବାଳୟ ଲାଗି ଏହି କଟକଣା କଡାକଡି କରାଯାଇଛି। ସଚିବାଳୟରେ କାର୍ଯ୍ୟ କରୁଥିବା ସବୁ ସ୍ତରର କର୍ମଚାରୀଙ୍କୁ ଜିନ୍ସ ଓ ଟି-ସାର୍ଟ ପିନ୍ଧିବାକୁ ମନା କରାଯାଇଛି। ବିହାର ସରକାରଙ୍କ ମୁଖ୍ୟ ଶାସନ ସଚିବ ଶିବ ମହାଦେବ ପ୍ରସାଦ ଏହି ଅର୍ଡର ଜାରି କରିଛନ୍ତି।

{"id":151459,"width":579,"height":347}

ପ୍ରାୟତଃ କର୍ମଚାରୀମାନେ ସଚିବାଳୟକୁ କାଜୁଆଲ ଡ୍ରେସପିନ୍ଧି ଆସୁଛନ୍ତି। ତେବେ ସେମାନେ ଜାଣିବା ଦରକାର କାର୍ଯ୍ୟାଳୟକୁ ଯାଉଛନ୍ତି ଓ ସେମାନଙ୍କ ପୋଷାକ ଋଚି ସେହି ଅନୁସାରେ ହେବା ଆବଶ୍ୟକ। ଏଣୁ ଶାସନ ସଚିବ ଅର୍ଡରରେ ସବୁ ସ୍ତରର କର୍ମଚାରୀଙ୍କୁ ଫର୍ମାଲ ଡ୍ରେସରେକାର୍ଯ୍ୟାଳୟକୁ ଆସିବା ବାଧ୍ୟତାମୂଳକ। ଏଣୁ ପଦାଧିକାରୀଙ୍କୁ ସୌମ୍ୟ ରଙ୍ଗଯୁକ୍ତ, ଆରାମ ଦାୟକ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

{"id":151460,"width":581,"height":349}

କର୍ମଚାରୀମାନେ କରୁଥିବା କାର୍ଯ୍ୟ ଓ ପାଣିପାଗ ଅନୁସାରେ ସେମାନଙ୍କ ପୋଷାକ ଓ ତାର ରଙ୍ଗ ଚୟନ କରିପାରିବେ। ତେବେ ତା ମାନେ ନୁହେଁ ଯେ ଯାହା ଇଛା ତା ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବେ। ସେମାନେ ସରକାରୀ କର୍ମଚାରୀବୋଲି ଯେପରି ସହଜରେ ବାହରକୁ ଚିହ୍ନି ହେଉଥିବେ ସେଭଳି ପୋଷାକରେ ଆସିବାକୁ ପ୍ରତ୍ୟେକ ବର୍ଗର କର୍ମଚାରୀଙ୍କୁ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.