ବିହାର ରାଜଗିର-ତିଲୟା ସେକ୍ସନରେ କୋଇଲା ବୋଝେଇ ମାଲାଗଡ଼ିର ୧୪ ବଗି ଲାଇନଚ୍ୟୁତ, ଯାଉଥିଲା NTPC

Published By : Prameya-News7 Bureau | August 24, 2021 IST

ନାଳନ୍ଦା ୨୪।୮: କୋଡରମାରୁ କୋଇଲା ବୋଝେଇ ନେଇ ବିହାର ବାଢ଼ସ୍ଥିତ ଏନଟିପିସିକୁ ଯାଉଥିବା ମାଲବାହୀ ଟ୍ରେନ୍‌ ରାଜଗିର-ତିଲୟା ସେକ୍ସନରେ ଲାଇଚ୍ୟୁତ ହୋଇଛି। ଫଳରେ ୧୪ଟି ବଗି ଓଲଟି ପଡିଥିବା ବେଳେ ଉଭୟ ମାର୍ଗରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ସୂଚନା ପାଇ ଦାନାପୁରରୁ ଏକ୍ସିଡେଣ୍ଟ ରିଲିଫ ଟ୍ରେନ୍‌ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ପରିଚାଳନା କାର୍ଯ୍ୟ ହାତକୁ ନେଇଛନ୍ତି। ତେବେ ରେଳ ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ।

{"id":500826,"width":839,"height":630,"sizeSlug":"full","linkDestination":"none"}

ରାଜଗିର ନେକପୁର ହଲ୍ଟ ନିକଟରେ ଟ୍ରେନ୍‌ ଲାଇଚ୍ୟୁତ ହୋଇଛି। ଫଳରେ ୫୮ଟି ବଗି ନେଇ ଯାଉଥିବା ଗୁଡସ୍ ଟ୍ରେନର ୧୪ଟି ବଗି ଏଣେତେଣେ ବିଛାଡି ହୋଇପଡିଛି। ଦୀର୍ଘ ୨ କିଲୋମିଟର ପର୍ଯ୍ୟନ୍ତ କୋଇଲା ବୋଝେଇ ବଗି ବିଖିପ୍ତ ଭାବେ ଓଲଟି ପଡିଥିବା ବେଳେ କେତେକ ବଗି ଧାନବିଲକୁ ଛିଟିକି ପଡିଥିବା ଦେଖା ଯାଇଛି। କିଛି ବଗି ପରସ୍ପର ଉପରେ ଲଦି ହୋଇଯାଇଥିବା ମଧ୍ୟ ଦେଖା ଯାଇଛି। ନେକପୁର ଗାଁ ନିକଟରେ ହୋଇଥିବା ଦୁର୍ଘଟଣାରେ କେହି ମୃତାହତ ହୋଇ ଥିବାନେଇ ସୂଚନା ନଥିବା ରେଳବାଇ କହିଛନ୍ତି।

{"id":500828,"sizeSlug":"full","linkDestination":"none"}

ଦୁର୍ଘଟଣାର କାରଣ ଜଣାପଡି ନାହିଁ। ତେବେ ରେଳ ବଗିଗୁଡିକ ବିଛାଇ ହୋଇ ପଡିଥିବାରୁ ସମ୍ପୃକ୍ତ ମାର୍ଗରେ ରେଳ ଚଳାଚଳ ବନ୍ଦ ରଖାଯାଇଥିବା ବେଳେ କର୍ତ୍ତୃପକ୍ଷ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିଛନ୍ତି। ଖୁବ୍ ଶୀଘ୍ର ମାର୍ଗରେ ରେଳ ଚଳାଚଳ ସ୍ୱଭାବିକ ହେବ ବୋଲି ରେଳବାଇ ପକ୍ଷରୁ ସୂଚିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.