<strong>ମଦ ବିରୋଧୀ ଆଇନରେ ଗିରଫ ହେଲା ଜର୍ମାନ ସେଫାର୍ଡ କୁକୁର; କେବଳ ଇଂରାଜୀ ବୁଝୁଥିବାରୁ ଚିନ୍ତାରେ ପୋଲିସ</strong>

Published By : Prameya-News7 Bureau | July 18, 2022 IST

ପାଟନା ୧୮/୦୭: ବିହାରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ସେଠାରେ ଏକ ଜର୍ମାନ ସେଫାର୍ଡ କୁକୁରକୁ ମଦ ବିରୋଧି ଆଇନରେ ଗିରଫ କରାଯାଇଛି। ଗୋଟିଏ ଗାଡ଼ିରେ କିଛି ମଦ ବୋତଲ ଥିଲା। ସେହି ଗାଡ଼ିରୁ ପୋଲିସ ମଧ୍ୟ ଏକ କୁକୁରକୁ ପାଇଥିଲା। ଗାଡ଼ିରେ କୁକୁର ବ୍ୟତିତ ଦୁଇଜଣ ବ୍ଯକ୍ତି ଥିଲେ। ସେମାନଙ୍କୁ ପୋଲିସ ଗିରଫ କରିଛି। ସେହିପରି କୁକୁରକୁ ମଧ୍ୟ ପୋଲିସ ଥାନାକୁ ଆଣିଛି।କିନ୍ତୁ ଏବେ ଚିନ୍ତାର ବଷୟ ହେଉଛି କୁକୁରଟି କେବଳ ଇଂରାଜୀ ଭାଷା ବୁଝି ପାରୁଛି। ହିନ୍ଦି କିମ୍ୱା ଅନ୍ୟ କୌଣସି ସ୍ଥାନୀୟ ଭାଷା ବୁଝିପାରୁନାହିଁ। ଏଥିପାଇଁ ପୋଲିସ କର୍ମଚାରୀମାନେ ବହୁତ ଚିନ୍ତିତ ଅଛନ୍ତି।  

ଜର୍ମାନ ସେଫାର୍ଡ କୁକୁରକୁ ବକ୍ସରରେ ମୁଫସ୍ସିଲ ଥାନାରେ ଗତ ୧୨ ଦିନ ହେଲା ରଖାଯାଇଛି। ବିଶେଷ କଥା ହେଉଛି ପୋଲିସ କୁକୁରଟିର ଭଲ ସେବା କରୁଛି। ପୋଲିସ କର୍ମଚାରୀମାନେ କୁକୁରକୁ ଖିର ଓ କର୍ଣ୍ଣଫ୍ଲେକ୍ସ ଖାଇବାକୁ ଦେଉଛନ୍ତି। କୁକୁରଟି କେବଳ ଇଂରାଜୀ ଭାଷା ବୁଝୁଥିବାରୁ ପୋଲିସ କର୍ମଚାରୀମାନଙ୍କୁ କୁକୁରଟିକୁ ହ୍ୟାଣ୍ଡେଲ କରିବା ପାଇଁ ବହୁତ ଚିନ୍ତିତ ହୋଇପଡ଼ିଛନ୍ତି। ଅନ୍ୟପଟେ ଥାନାରେ ଥିବା ଜର୍ମାନ ସେଫାର୍ଡ କୁକୁରଟି ଆଖପାଖ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।  

କୁକୁର ତାର ମାଲିକ ସତିଷ କୁମାର ଓ ଭୁବନେଶ୍ୱର କୁମାରଙ୍କ ସହିତ ବିଳାଶପୂର୍ଣ୍ଣ କାର୍‌ରେ ଉତ୍ତରପ୍ରଦେଶ ଗାଜିପୁରରୁ ବିହାର ବକ୍ସରରେ ପହଞ୍ଚିଥିଲା। ସେଠାରେ ବୋର୍ଡର ଚେକିଙ୍ଗ ସମୟରେ  ଏହି କାର୍‌ରୁ ମହଙ୍ଗା ମଦ ବୋତଲ ଜବତ ହୋଇଥିଲା। ସେହପରି ସତୀଶ ଓ ଭୁବନେଶ୍ୱର ମଧ୍ୟ ପୁରା ନିଶାଶକ୍ତ ଅବସ୍ଥାରେ ଥିଲେ। ପୋଲିସ ସେ ଦୁଇଜଣଙ୍କୁ ତୁରନ୍ତ ଗିରଫ କରିଥିଲା ଓ କୁକୁରଟିକୁ ମଧ୍ୟ ସାଙ୍ଗରେ ଥାନାକୁ ଆଣିଥିଲା। କିନ୍ତୁ ଏହି ଜର୍ମାନ ସେଫାର୍ଡ କୁକୁର ଥାନାକୁ ଅତିଥି ହୋଇ ଆସିବା ଠାରୁ ତା ମାଲିକର ଭୁଲ ପାଇଁ ସଜା ଭୋଗୁଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.