Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଜିଦ୍‌ରେ ଅଡି ବସିଛି ନେପାଳ, ବିହାରକୁ ବନ୍ୟାରେ ବୁଡେଇଦେବ !

24/06/2020 at 11:56 AM

ନୂଆଦିଲ୍ଲୀ ୨୪/୦୬ : ଭାରତ ସହ ସୀମା ବିବାଦ ମଧ୍ୟରେ ନେପାଳ ସରକାର ବିହାରକୁ ନେଇ ପୁଣି ଟେନସନ ଦେବା ଆରମ୍ଭ କରିଛନ୍ତି | ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି | ଇତି ମଧ୍ୟରେ ନେପାଳ ଡ୍ୟାମ କାମ ବନ୍ଦ କରିଦେଇଛି | ସୂଚନାଯୋଗ୍ୟ ଯେ ବିହାରରେ ମୌସୁମୀ ପ୍ରବେଶ କରିସାରିଛି | ସେଥିପାଇଁ ବିହାରରେ ଲଗାତାର ବର୍ଷା ହେଉଛି | ଫଳରେ ଅଧିକାଂଶ ନଦୀର ଜଳସ୍ଥର ବଢ଼ିବାରେ ଲାଗିଛି | ଉତ୍ତର-ପୂର୍ବ ବିହାରରେ ବନ୍ୟା ହେବାର ଆଶଙ୍କା ମଧ୍ୟ ରହିଛି | ଏହିଭଳି ବର୍ଷା ଜାରି ରହିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପାଇଁ ସମୟ ଲାଗିବନାହିଁ |

ବିହାରରେ ବୋହୁଥିବା ଅଧିକାଂଶ ନଦୀର ଉତ୍ପତ୍ତି ସ୍ଥଳ ନେପାଳ | ଏହିଭଳି ପରିସ୍ଥିତିରେ ଯଦି ଡ୍ୟାମ କାମ ନ କରାଯାଏ ତାହେଲେ ବିହାରରେ ବନ୍ୟା ହେବା ସୁନିଶ୍ଚିତ | ଡ୍ୟାମ କାମ ନ ହେଲେ ବିହାରରେ ପୁଣିଥରେ ୨୦୦୮ ଓ ୦୧୭ ମସିହା ଭଳି ଭୀଷଣ ବନ୍ୟାର ସମ୍ମୁଖୀନ କରିବ |

   Related Posts