ଏକତରଫା ପ୍ରେମରୁ ଆକ୍ରୋଶ; ଛଟ ପୂଜା ବେଳେ ଗୁଳିମାଡ଼, ଟଳିପଡ଼ିଲେ ୨, ୪ ଆହତ
20/11/2023 at 12:37 PM

ପଟଣା: ବିହାର ଲଖିସରାୟରେ ଛଟ୍ ପୂଜା ବେଳେ ଗୁଳିମାଡ଼ । ନଦୀ ଘାଟରେ ଗୁଳିମାଟ ହୋଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଏଗି ଗୁଳିମାଡ଼ ହୋଇଛି । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡ ଲାଖସରାୟ ଜିଲ୍ଲାର ପଞ୍ଜାବୀ ମହାଲ୍ଲାରେ ହୋଇଛି । ଏକ ପରିବାର ଛଟ୍ ପୂଜା ସାରି ନଦୀଘାଟରୁ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କର ଉପରକୁ ଗୁଳିମାଡ଼ କରିଥିଲେ । ଗୁଳି ୬ଜଣଙ୍କ ଉପରେ ଗୁଳି ବାଜିଥିଲା । ଏମାନେଙ୍କ ମଧ୍ୟରେ ୨ଜଣ ମହିଳା ଥିବା ବେଳେ ୪ ପୁରୁଷ ରହିଛନ୍ତି । ଯେଉଁଥିଲେ ୨ଜଣ ପ୍ରାଣ ହରାଇଛନ୍ତି । ୪ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହି ଗୁଳିକାଣ୍ଡ ଘଟଣା ଏକତରଫା ପ୍ରେମକୁ ନେଇ ହୋଇଛି ବୋଲି କୁହାଯାଉଛି । ଲାଖିସରାୟ ଏସପି ପଙ୍କଜ କୁମାରଙ୍କ କହିବା ଅନୁଯାୟୀ, ଗୋଟିଏ ପରିବାର ୬ଜଣ ଛଟ୍ ପୂଜା ସାରି ନଦୀଘାଟରୁ ଫେରୁଥିଲେ । ଘର ପାଖରେ ତାଙ୍କ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ କରିଥିବା ଅଭିଯୁକ୍ତ ତାଙ୍କ ପଡୋଶୀ ଆଶୀଷ ଚୌଧୁରୀ । ୧୦ଦିନ ତଳେ ଆକ୍ରମଣକାରୀ, ପୀଡିତଙ୍କ ପରିବାର ସହିତ ଝଗଡ଼ା କରିଥିଲେ । ପୋଲିସର କହିବା ଅନୁଯାୟୀ, ଏକତରଫା ପ୍ରେମରୁ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଛି ।
ଲାଖିସରାୟ ଏସପି କହିଛନ୍ତି, ଅଭିଯୁକ୍ତ ଆଶୀଷ୍ ଚୌଧୁରୀ, ପୀଡ଼ିତ ପରିବାର ଏକ ଯୁବତୀଙ୍କୁ ପ୍ରେମ କରୁଥିଲେ । ହେଲେ ଯୁବତୀଙ୍କ ପରିବାର ଲୋକ ଏଥିରେ ରାଜି ନଥିଲେ । ଯାହାକୁ ନେଇ ଯୁବତୀଙ୍କ ସମ୍ପର୍କୀୟଙ୍କ ସହିତ ଆଶୀଷଙ୍କ ବିବାଦ ହୋଇଥିଲା । ପରେ ଆକ୍ରୋଶ ମୂଳକ ଭାବେ ଅଭିଯୁକ୍ତ ଗୁଳିମାଡ଼ କରିଥିଲା ।