ବିହାରରେ ସଂରକ୍ଷଣ ବୃଦ୍ଧି ଆଇନ ଲାଗୁ, ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଜାରି ହେଲା ଗେଜେଟ

Published By : Prameya-News7 Bureau | November 21, 2023 IST

ନୂଆଦିଲ୍ଲୀ: ବିହାରରେ ସଂରକ୍ଷଣ ବୃଦ୍ଧି ନେଇ ହୋଇଥିବା ନୂଆ ସଂରକ୍ଷଣ ନୀତିକୁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ମଞ୍ଜୁରୀ ଦେଇଛନ୍ତି। ସଂରକ୍ଷଣ ବିଲ୍‌କୁ ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିବା ପରେ ଗେଜେଟ ମଧ୍ୟ ଜାରି ହୋଇଛି। ଏହା ଅନୁଯାୟୀ, ଏଣିକି ସବୁ ସରାକାରୀ ଚାକିରି ଏବଂ ସବୁ ନାମାଙ୍କନ ପ୍ରକ୍ରିୟାରେ ସଂରକ୍ଷଣ ବର୍ଗର ଲୋକଙ୍କୁ ୬୫ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ୧୦ ପ୍ରତିଶତ ସହ ସମୁଦାୟ ୭୫ ପ୍ରତିଶତ ସଂରକ୍ଷଣ ମିଳିବ।

ନୂଆ ସଂରକ୍ଷଣ ନୀତି ଅନୁଯାୟୀ, ଅନୁସୂଚିତ ଜାତି ପାଇଁ ବର୍ତ୍ତମାନ ୧୬% ବଦଳରେ ୨୦% ସଂରକ୍ଷଣ, ଅନୁସୂଚିତ ଜନଜାତିଙ୍କ ପାଇଁ ୧% ବଦଳରେ ୨%, ପଛୁଆ ବର୍ଗଙ୍କ ପାଇଁ ୧୨% ବଦଳରେ ୧୮% ଏବଂ ଅତି ପଛୁଆ ବର୍ଗଙ୍କ ପାଇଁ ୧୮ ପ୍ରତିଶତ ବଦଳରେ ୨୫% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଆର୍ଥିକ ଭାବରେ ଦୁର୍ବଳ ବର୍ଗଙ୍କୁ ପୂର୍ବରୁ ଭଳି ୧୦ ପ୍ରତିଶତ ସଂରକ୍ଷଣ ମିଳିବ।

ଆହୁରି ପଢ଼ନ୍ତୁ: କାଷ୍ଟ କୋଟା ୬୫ ପ୍ରତିଶତ କରିବାକୁ ବିହାର ବିଧାନସଭାରେ ବିଲ୍ ପାସ୍

ସୂଚନାଥାଉକି ବିହାରର ମେଣ୍ଟ ସରକାର ସଂରକ୍ଷଣ ନୀତି ବିଜ୍ଞପ୍ତିର ଅପେକ୍ଷା ରହିଥିଲା। ଯାହାଦ୍ବାରା ଏହି ଐତିହାସିକ ପଦକ୍ଷେପ ବିଷୟରେ ଏହି ବର୍ଗର​‌ ଲୋକଙ୍କ ଜାଗୃତ କରିପାରିବ। ଏଥିପାଇଁ ମେଣ୍ଟ ରାଜ୍ୟବ୍ୟାପି ଅଭିଯାନ ଆରମ୍ଭ ମଧ୍ୟ କରିବାକୁ ଚାହୁଥିଲା। ଏମିତିରେ ଏବେ ସଂରକ୍ଷଣ ସଂଶୋଧନ ବିଲ୍‌ ୨୦୨୩କୁ ରାଜ୍ୟପାଳ ମଞ୍ଜୁରୀ ମିଳିବା ପରେ ଜେଡିୟୁ ଏବଂ ଆରଜେଡି ପ୍ରଚାର ଆହୁରି ଜୋର୍‌ଦାର କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.