ଅଫିସ୍‌କୁ ଜିନ୍ସ ପିନ୍ଧି ଅଫିସ୍‌ ଆସିପାରିବେନି ଅଧିକାରୀ-କର୍ମଚାରୀ, ବ୍ୟାନ୍‌ ଲଗାଇଲା ବିହାର ଶିକ୍ଷା ବିଭାଗ

Published By : Prameya-News7 Bureau | June 30, 2023 IST

ନୂଆଦିଲ୍ଲୀ, ୩୦/୦୬: ଅଫିସକୁ ସାଧାରଣ ପୋଷାକ ପିନ୍ଧି ଆସିବେ ଅଧିକାରୀ ଏବଂ କର୍ମଚାରୀ। ଜିନ୍ସ-ଟି ସାର୍ଟ ପିନ୍ଧି ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏଭଳି ଏକ ନିୟମ ଲାଗୁ କରିଛି ବିହାର ଶିକ୍ଷା ବିଭାଗ। ବୁଧବାର ବିଭାଗ ତରଫରୁ ଜାରି ଏକ ବିଜ୍ଞପ୍ତିରେ, ବିଭାଗର ସବୁ କର୍ମଚାରୀ ଏବଂ ଅଧିକାରୀଙ୍କୁ କାଜୁଆଲ ପୋଷାକ ନପିନ୍ଧି ସାଧାରଣ ପୋଷାକ ପିନ୍ଧି ଅଫିସ୍‌ ଆସିବାକୁ କୁହାଯାଇଛି।

ଶିକ୍ଷା ବିଭାଗ ନିର୍ଦ୍ଦେଶକ ସୁବୋଧ କୁମାର ଚୌଧୁରୀ କହିଛନ୍ତି ଯେ, ‘‘ଅନେକ ସମୟରେ ଦେଖାଯାଉଛି ଯେ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ କାଜୁଆଲ ଡ୍ରେସ୍‌ ପିନ୍ଧି ଆସୁଛନ୍ତି। ଯାହା ଅଫିସ୍‌ ନିୟମ ବିରୁଦ୍ଧ। ତେଣୁ ସବୁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସାଧାରଣ ପୋଷାକ ପିନ୍ଧି ଆସିବାକୁ ଆଦେଶ ଦିଆଯାଇଛି ଏବଂ ଏହାକୁ ତତ୍କାଳ ପ୍ରଭାବରେ ଲାଗୁ କରାଯାଇଛି। କାଜୁଆଲ ଡ୍ରେସ୍‌ ଖାସକରି ଜିନ୍ସ ଏବଂ ଟି-ସାର୍ଟକୁ ଅନୁମତି ଦିଆଯିବନାହିଁ। ଯେଉଁମାନେ ଏହି ନିୟମର ଉଲ୍ଲଘଂନ କରିବାର ଦେଖାଯିବେ ତାଙ୍କ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ଏହି ନିୟମ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଶରଣ ଜିଲ୍ଲାର ଜିଲ୍ଲାପାଳ ଏକ ନୋଟିସ ଜାରି କରି ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କୁ ସାଧାରଣ ପୋଷାକ ପିନ୍ଧି ଆସିବାକୁ  କହିଥିଲେ ଏବଂ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧି ଆସିବାକୁ ମନା କରିଥିଲେ। ୨୦୧୯ରେ ମଧ୍ୟ ରାଜ୍ୟ ସରକାର ସେକ୍ରେଟେରୀଏଟ୍‌ର ସବୁ କର୍ମଚାରୀଙ୍କୁ ଜିନ୍ସ ଏବଂ ଟି ସାର୍ଟ ବଦଳରେ ସାଧାରଣ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ବିହାରରେ ପୁଣି ଦବିଲା ପୋଲ; ପାଣିରେ ପଡ଼ିଲା ୧୫ ଶହ କୋଟି ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.