ବଳତ୍କାର ଉଦ୍ୟମ କରୁଥିଲେ,କୋର୍ଟ ଶୁଣାଇଲେ ଅଜବ ଦଣ୍ଡ: ୬ ମାସ ଯାଏଁ ଅଭିଯୁକ୍ତ ଧୋଇବ ମହିଳାଙ୍କ ପୋଷାକ

Published By : Prameya-News7 Bureau | September 24, 2021 IST

ପାଟନା ୨୪/୦୯ : ବିହାରର ମଧୁବନୀ ଅଞ୍ଚଳରେ ଜଣେ ଦୁଷ୍କର୍ମକାରୀକୁ ମିଳିଛି ଏକ ଅଜବ ପ୍ରକାରର ଦଣ୍ଡ। ତାଙ୍କୁ ଜାମିନ୍‌ ପ୍ରଦାନ କରୁଥିବା ମଧୁବାନୀ କୋର୍ଟ ଦେଇଛି ଆଶ୍ଚର୍ଯ୍ୟଜନକ ଦଣ୍ଡ । ଦୁଷ୍କର୍ମକାରୀକୁ ମାଗଣାରେ ୬ ମାସ ପାଇଁ ମହିଳାଙ୍କର କପଡ଼ା ଧୋଇବ। ଏଥିସହ ଆଇରନ୍ ମଧ୍ୟ କରିବ ବୋଲି ଏଡିଜେ କୋର୍ଟ ଯୁବକଙ୍କ ପାଇଁ ଦଣ୍ଡ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ ଜଣାପଡ଼ିଛି ଯେ, ବଳାତ୍କାର ଉଦ୍ୟମ ଅଭିଯୋଗରେ ୨୦ ବର୍ଷୀୟ ଯୁବକ ଗତ ଏପ୍ରିଲ ମାସ ୧୭ ତାରିଖରେ ଜଣେ ମହିଳାଙ୍କୁ ଖରାପ ବ୍ୟବହାର ଓ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଅଭିଯୁକ୍ତକୁ ଏପ୍ରିଲ ୧୯ରେ ଗିରଫ କରାଯିବା ସହ ଏହି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଥିଲା । ଗ୍ରାମର ସମସ୍ତ ମହିଳାଙ୍କର କପଡ଼ା ମାଗଣାରେ ଧୋଇବା ସହ ଆଇରନ କରିବା ପାଇଁ ସର୍ତ୍ତରେ ରାଜି ହେବା ପରେ କୋର୍ଟ ଜାମିନ ପ୍ରଦାନ କରିଥିଲେ । ଏଥିସହ କୋର୍ଟ ୧୦ ହଜାର ଟଙ୍କାର ଦୁଇଜଣ ଜାମିନଦାର ଦେବାକୁ ମଧ୍ୟ କହିଥିଲେ। ଆସନ୍ତା ୬ ମାସ ପରେ ଗ୍ରାମର ମୁଖିଆ ବା ସରପଞ୍ଚ ସରକାରୀ ଅଧିକାରୀଙ୍କୁ ସର୍ତ୍ତ ପୂରଣ ନେଇ ଏକ ପ୍ରମାଣପତ୍ର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.