ମଦ ମୃତ୍ୟୁକୁ ନେଇ ବିହାର ବିଧାନସଭାରେ ହଙ୍ଗାମା, ମୁଖ୍ୟମନ୍ତ୍ରୀ କହିଲେ ମିଳିବନି କ୍ଷତିପୂରଣ

Published By : Prameya-News7 Bureau | December 16, 2022 IST

ପାଟନା ୧୬।୧୨: ବିହାରରେ ବିଷାକ୍ତ ମଦ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଘଟଣାକୁ ନେଇ ବିରୋଧୀ ବିଧାନସଭାରେ ନିତିଶ ସରକାରଙ୍କୁ ଘେରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏଥିରେ ଶୁକ୍ରବାର ବିଧାନସଭା ଆରମ୍ଭ ହେବା ପରେ ତେଜସ୍ୱୀ ଯାଦବ କହିବା ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳ ଚେୟାରରୁ ଉଠି ହଟ୍ଟଗୋଳ କରିଛନ୍ତି। ମଦ ମୃତ୍ୟୁ ପ୍ରସଙ୍ଗରେ ‘ଜିଏ ପିଇବ ସିଏ ମରିବ’ ବୋଲି ମୁଖ୍ୟମନ୍ତ୍ରୀଙ୍କ ବୟାନରେ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ବୟାନ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ଷମା ଯାଚନା କରନ୍ତୁ ବୋଲି ଦାବି କରୁଛନ୍ତି।

ଅପରପଟେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିରୋଧୀ ଦଳଙ୍କ ଜବାବ ରଖି ମଦ ମୃତ୍ୟୁ ଲାଗି କୌଣସି କ୍ଷତି ପୂରଣ ଦିଆଯିବନି ବୋଲି ସଫାସଫା କହିଛନ୍ତି। ମଦ ପିଇ ମରିବ ଏଥିଲାଗି  ପୁଣି ସହାୟତା ରାଶି ଦିଆଯିବ ? ଏହାର ପ୍ରଶ୍ନ ହିଁ ଉଠୁନଥିବା ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି।  ଏହା ପୂର୍ବରୁ ଗୁରୁବାର ମୁଖ୍ୟମନ୍ତ୍ରୀ ଗୃହରେ ‘ଯିଏ ପିଇବ ସିଏ ମରିବ ’ ବୋଲି କହିଥିଲେ। ବିହାରରେ ମଦ ଉପରେ ନିଷେଧାଦେଶ ରହିଛି। ଏଣୁ ଲୋକଙ୍କୁ ଏହା ବୁଝିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଆମେ ବାପୁ ଓ ମହିଳାଙ୍କ ଅନୁରୋଧ ଅନୁସାରେ ରାଜ୍ୟରେ ମଦ ବିକ୍ରି ବନ୍ଦ କରିଥିଲୁ। ଏଣୁ ରାଜ୍ୟରେ ବିକ୍ରି ବନ୍ଦ ଥିବା ବେଳେ ଲୋକେ ମଦ ପିଇ ମଲେ କେମିତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

wp:html /wp:html

ଗୃହରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଘେରିବା କ୍ରମରେ କହିଛନ୍ତି ଯେ ଯେଉଁମାନେ ବିରୋଧୀ ଦଳରେ ବସିଛନ୍ତି ଓ ବିହାରରେ ଏହି ମୃତ୍ୟୁକୁ ନେଇ ପ୍ରଶ୍ନ କରୁଛନ୍ତି ସେମାନଙ୍କ ସରକାର ଯେଉଁ ସବୁ ରାଜ୍ୟରେ ଅଛି ସେଠାରେ କେତେ ମଦମୃତ୍ୟୁ ହେଉଛି? ବିହାରରେ ମଦ ବନ୍ଦ ଲାଗୁ ହୋଇଛି ଆପଣମାନେ ମଧ୍ୟ ମଦ ବିରୋଧରେ ଅଭିଯାନ ଚଳାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିହାର ବିଧାନସଭାରେ ବିରଧୀ ଦଳ ନେତା ବିଜୟ କୁମାର ସିହ୍ନା କହିଛନ୍ତି ଯେ ଛପରାରେ ମୃତ୍ୟୁର ଯେଉଁ ତଥ୍ୟ ଆସୁଛି ତାହା ଠିକ୍ ଆସୁ ନାହିଁ। ଆମେ ଗତକାଲି ଯାଇ ମୃତକଙ୍କ ପରିବାରଙ୍କୁ ଭେଟିଥିଲୁ ସେଠାରେ ବିନା ପୋଷ୍ଟମର୍ଟମରେ ଶବ ସତ୍କାର କରାଯାଉଛି। ପୋଲିସର ସହମତିରେ ବିହାରରେ ମଦ ବିକ୍ରି ହେଉଥିବା ସିହ୍ନା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତେଜସ୍ୱୀ ଯାଦବ ଓ ନିତିଶ କୁମାର ନିଜନିଜ ଲାଭ ପାଇଁ କ୍ଷମତାରେ ଏକଜୁଟ ହୋଇଛନ୍ତି। ଏଣୁ ମଦ ପିଇ ମରିଥିବା ଲୋକଙ୍କ ପରିବାରଙ୍କୁ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଅନ୍ତୁ ବୋଲି ସିହ୍ନା ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ବିଜେପି ରାଜ୍ୟପାଳଙ୍କୁ ଭେଟିବ ବୋଲି ମଧ୍ୟ ସିହ୍ନା ଗୃହକୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.