ବିହାର ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ନୀତିଶ, କହିଲେ 'ଯିଏ ମଦ ପିଇବ ସେ ମରିବ ନିଶ୍ଚୟ'

Published By : Prameya-News7 Bureau | December 15, 2022 IST

ବିହାର ୧୫/୧୨: ବିହାର ସାରଣରେ ବିଷାକ୍ତ ମଦ ପିଇ ଏଯାଏ ୩୮ ଜଣଙ୍କ ଜୀବନ ଯାଇଛି । ବିରୋଧୀ ବିଜେପି ଏହାକୁ ପ୍ରସଙ୍ଗ କରି ଲଗାତାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହାରି ଭିତରେ ନୀତିଶ କୁମାର ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି ଯିଏ ନକଲି ମଦ ପିଇବ ସେ ମରିବ । ଲୋକେ ନିଜେ ସଚେତନ ହେବା ଦରକାର ।

ନୀତିଶ ଆହୁରି କହିଛନ୍ତି ଯେ, କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ କିଛି କରିହେବ ନାହିଁ । ନୀତିଶ କହିଛନ୍ତି ଯେତେବେଳେ ବିହାରରେ ମଦ କାରବାର ନଥିଲେ ସେତେବେଳେ ବି ଲୋକେ ନକଲି ମଦ ପିଉଥିଲେ । ଏମିତିକି ଏନ୍ୟ ରାଜ୍ୟ ମାନଙ୍କରେ ବି ଏଭଳି ଘଟମା ଘଟିଥିବା ନଜିର ରହିଛି । ଯେହେତୁ ଏବେ ବିହାରରେ ମଦ କାରବାର ବଢିଛି ତ ଲୋକେ ନକଲି ବ୍ୟବହାର ବି ହଉଛି । ଯାହାକୁ ପିଇ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି ।

ନୀତିଶ ଆହୁରି କହିଛନ୍ତି ମଦ ଖରାପ ଅଭ୍ୟାସ ଏହାକୁ ପିଇବା କଥା ନୁହେଁ । ମୁଁ ଅଧିକାରୀଙ୍କୁ କହିଛି ନୀରିହମାନଙ୍କୁ ଗିରଫ କରନି । ଯେଉଁମାନେ କାରବାରରେ ଜଡିତ ସେମାନଙ୍କୁ ଧର । ନୀତିଶ ଆହୁରି ଅନୁରୋଧ କରିଛନ୍ତି ମଦ ସହ ଜଡିତ କାରବାର ବନ୍ଦ କର । ଏପରିକି ବ୍ୟବସାୟ ବି ବନ୍ଦ କରିଦିଅ । ଯଦି କେହି ମଦ ବ୍ୟବସାୟ ଛାଡି ଅନ୍ୟ କୌଣସି ବ୍ୟବସାୟ କରିବାକୁ ଚାହେଁ ତେବେ ସରକାର ସେମାନଙ୍କ ପାଇଁ ବ୍ୟବସ୍ଥା କରିବ । ଦରକାର ପଡିଲେ ୧ ଲକ୍ଷ ଲେଖାେଁ ଟଙ୍କା ବି ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.