suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିହାରରେ ମହାମେଣ୍ଟର ପଲ୍ଲା ଭାରି, ଏନଡିଏ କମିବ: ଏକଜିଟ୍ ପୋଲ୍‌ରେ କଡା ଟକ୍କର ସଙ୍କେତ, ଓଲଟି ଯାଇପାରେ ପ୍ରି ପୋଲ୍ ସର୍ଭେ

7/11/2020 at 7:13 PM

ପାଟନା/ନୂଆଦିଲ୍ଲୀ ୦୭।୧୧: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଏବେ ସଭିଙ୍କ ନଜର ଫଳାଫଳ ଉପରେ ରହିଛି। ନିର୍ବାଚନ ପରିଣାମ ନଭେମ୍ଵର ୧୦ରେ ଘୋଷଣା ହେବ। ଏହା ମଧ୍ୟରେ ବିଭିନ୍ନ ଏଜେନ୍ସି ଏବଂ ଜାତୀୟ ଗଣମାଧ୍ୟମ ଦ୍ଵାରା ଭୋଟ୍ ବାହୁଡା ମତ ସାମ୍ନାକୁ ଆସିଛି। ଆରଜେଡି, କଂଗ୍ରେସ ମହାମେଣ୍ଟ କ୍ଷମତାସୀନ ହେଉଥିବା ଏକଜିଟ୍ ପୋଲ୍‌ରୁ ପୂର୍ବାନୁମାନ କରାଯାଉଛି।  ମହାମେଣ୍ଟ ୧୨୪ ରୁ ୨୪୩ ଭୋଟ୍ ପାଇବାକୁ ଥିବା ଏନଡିଏ ୧୧୦ ସିଟ୍ରେ ସନ୍ତୁଷ୍ଟ ହୋଇପାରେ। ଆଜି ବିହାର ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଥିଲା। ତେବେ ଆଜି ୫୫.୨୨ ପ୍ରତିଶତ ଭୋଟିଂ ହୋଇଛି। ତେବେ ଏହି ପ୍ରତିଶତ ୨୦୧୫ରେ ୫୬.୬୬ ପ୍ରତିଶତ ମତଦାନ ହୋଇଥିଲା। ପ୍ରି ପୋଲ୍‌ ସର୍ଭେରୁ ଓଲଟା ଏକଜିଟ୍‌ ପୋଲ୍‌ର ପରିଣାମ ନଜର ଆସିଛି। ପ୍ରି ପୋଲ୍ ସର୍ଭେରେ ଏନଡିଏ ପୁର୍ନବାର ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା।

ଏମିତି ରହିଛି ବିଭିନ୍ନ ଏକଜିଟ୍ ପୋଲ୍ର ତଥ୍ୟ

ରପବ୍ଲିକ୍ ଜନ କି ବାତ

ଏନଡିଏ-୯୧-୧୧୭

ମହାମେଣ୍ଟ-୧୩୮

ଏବିପି ସି ଭୋଟର-

ଏନଡିଏ-୧୦୪-୧୨୮

ମହାମେଣ୍ଟ-୧୦୮-୧୩୧

ଏଲଜେପି-୧-୩

ଅନ୍ୟ- ୪-୮

ଟାଇମ୍ସ ସି ଭୋଟର-

ବିଜେପି- ଜେଡିୟୁ ରୁ ୧୧୬

ଆରଜେଡି- କଂଗ୍ରେସ-୧୨୦

ଏଲଜେପି-୧

ଅନ୍ୟ- ୬

ଟିଭି୯ ଭାରତ ବର୍ଷ

ଏନଡିଏ- ୧୧୧୦ ରୁ ୧୨୦

ମହାମେଣ୍ଟ- ୧୧୫ରୁ ୧୨୫

ଅନ୍ୟ- ୧୩ ରୁ ୧୮

   Related Posts