AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ମଦବନ୍ଦୀ ରାଜ୍ୟରେ ମଦମୃତ୍ୟୁ, ବିହାରରେ ବିଷାକ୍ତ ମଦ ପିଇ ୧୨ ମୃତ !

14/12/2022 at 11:12 AM

ପାଟଣା: ମଦବନ୍ଦୀ ରାଜ୍ୟରେ ମଦମୃତ୍ୟୁ ଅଭିଯୋଗ । ବିହାରର ଛପରାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ବିଷାକ୍ତ ମଦ ପିଇ ଲୋକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ବିହାର ସୀମାବର୍ତ୍ତି ଇସୁଆପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ମଙ୍ଗଳବାର ରାତିରେ ଛପରାରେ ବିଷାକ୍ତ ମଦ ପିଇ କିଛି ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ୨୪ ଘଣ୍ଟା ମଧ୍ୟରେ ଜଣକ ପରେ ଜଣଙ୍କର ଜୀବନ ଯାଇଥିଲା । ଇସୁଆପୁରର ଦୋଝଲା ଗାଁରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହୁସେପୁରରେ ୪ଜଣ ପ୍ରାଣ ହରାଇଛନ୍ତି । ସେହିପରି ଲାଲ ଟୋଲାରେ ଜଣଙ୍କର ଜୀବନ ଯାଇଥିବା କୁହାଯାଉଛି । ମାତ୍ର ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ ।

ବିହାରରେ ମଦମୃତ୍ୟୁ ଥମିବାର ନାଁ ଧରୁନାହିଁ । ଗତ ସପ୍ତାହରେ ବୈଶାଳୀର ମହନାରରେ ମଧ୍ୟ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଛପରାରେ ବିଷାକ୍ତ ମଦ ପାଇ ୧୨ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

   Related Posts