krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାତିଗତ ଗଣନା ତଥ୍ୟ ଜାରି କଲେ ବିହାର ସରକାର, ଜାଣନ୍ତୁ କେଉଁ ଜାତିର କେତେ ଜନସଂଖ୍ୟା

2/10/2023 at 5:03 PM

ପାଟନା: ବିହାର ସରକାର ରାଜ୍ୟର ଜାତିଗତ ଗଣନା ରିପୋର୍ଟ ଜାରି କରିଛନ୍ତି । ସୋମବାର ଗାନ୍ଧୀ ଜୟନ୍ତୀ ଅବସରରେ ବିହାର ସରକାରଙ୍କ ମୁଖ୍ୟ ଶାସନ ସଚିବ ବିବେକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଜାତିଗଣନା ରିପୋର୍ଟ ଜାରି କରିଛନ୍ତି। ସୂଚନାଥାଉକି ଏହି ଜାତିଗତ ଗଣନାକୁ ନେଇ ବିହାର ସରକାରରେ ବେଶ୍ ଆଲୋଚନା-ସମାଲୋଚନା ମଧ୍ୟ ଦେଖିବାକୁ ମିଳିଥିଲା । ଏମିତିକି ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା।

ବିହାରରେ ହୋଇଥିବା ଜାତିଗଣାନର ରିପୋର୍ଟ ଅନୁଯାୟୀ, ରାଜ୍ୟରେ ପଛୁଆ ବର୍ଗ ୨୭.୧୩% ରହିଛି । ଅତ୍ୟନ୍ତ ପଛୁଆ ବର୍ଗ ୩୬.୦୧% ଏବଂ ସାଧାରଣ ବର୍ଗ ୧୫.୫୨% ରହିଛି। ବିହାରର ସମୁଦାୟ ଜନସଂଖ୍ୟା ୧୩ କୋଟିରୁ ଅଧିକ ରହିଛି। ମୁଖ୍ୟ ଶାସନ ସଚିବ ବିବେକ ସିଂହ କହିଛନ୍ତି ୨୦୨୨ ଜୁନ୍‌ ୧ରେ ସର୍ବଦଳୀୟ ବୈଠକରେ ବିହାରରେ ଜାତିଗଣନା କରିବା ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। ଏହା ପରେ ୨ ଜୁନ୍‌ରେ ରାଜ୍ୟ ମନ୍ତ୍ରୀ ପରିଷଦ ଦ୍ବାରା ଦିଆଯାଇଥିବା ନିର୍ଣ୍ଣୟ ଆଧାରରେ ରାଜ୍ୟରେ ଜାତିଗଣନା ଆଧାରିତ ଗଣନାକୁ ଦୁଇ ପର୍ଯ୍ୟାୟରେ ଫେବ୍ରୁଆରୀ ୨୦୨୩ ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଥିଲା।

ଆହୁରି ପଢ଼ନ୍ତୁ: ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଁଝୀ

ବିହାର ରାଜ୍ୟରେ ହୋଇଥିବବା ଗଣନା ଅନୁଯାୟୀ ସମଗ୍ର ବିହାରରେ ଜନସଂଖ୍ୟା ୧୩ କୋଟି ୭ ଲକ୍ଷ ୨୫ ହଜାର ୩୧୦ ରହିଛି। ଏଥିରେ ବିହାରରୁ ବାହାରେ ୫୩ ଲକ୍ଷ ୭୨ ହଜାର ୨୨ ଲୋକ ରହୁଛନ୍ତି। ସେହିପରି ପୁରୁଷଙ୍କ ସଂଖ୍ୟା ୬ କୋଟି ୪୧ ଲକ୍ଷ ୩୧ ହଜାର ୯୯୦ ରହିଛି ଯେତେବେଳେକି ମହିଳାଙ୍କ ସଂଖ୍ୟା ୬ କୋଟି ୧୧ ଲ୪ ୩୮ ହଜାର ୪୬୦ ରହିଛି। ଅନ୍ୟଙ୍କ ସଂଖ୍ୟା ୮୨ ହଜାର ୮୩୬ ରହିଛି। ଗଣନା ଅନୁଯାୟୀ ପ୍ରତି ୧୦୦୦ ପୁରୁଷରେ ରହିଛନ୍ତ ୯୫୩ ମହିଳା ।

ରିପୋର୍ଟ ଅନୁଯାୟୀ, ବିହାରରେ ସର୍ବାଧିକ ହିନ୍ଦୁଙ୍କ ସଂଖ୍ୟା ରହିଛି। ଏମାନଙ୍କର ସଂଖ୍ୟା ୧୦ କୋଟି ୭୧ ଲକ୍ଷ ୯୨ ହଜାର ୯୫୮ ରହିଛି। ବିହାରରେ ମୁସଲିମ୍‌ଙ୍କ ସଂଖ୍ୟା ୨ କୋଟି ୩୧ ଲକ୍ଷ ୪୯ ହଜାର ୯୨୫ । ଇସାଇର ସଂଖ୍ୟା ୭୫୨୩୮ ସିଖ୍‌ଙ୍କ ସଂଖ୍ୟା ୧୪୭୫୩, ବୌଦ୍ଧଙ୍କ ସଂଖ୍ୟା ୧୧୧୨୦୧ ଏବଂ ଜୈନଙ୍କ  ସଂଖ୍ୟା ୧୨୬୨୩ ରହିଛି।

ଆହୁରି ପଢ଼ନ୍ତୁ: ବିହାରରେ ମାତିଲା ଡେଙ୍ଗୁ; ଭାଙ୍ଗିଲା ୫ ବର୍ଷର ରେକର୍ଡ, ସେପ୍ଟେମ୍ବର ମାସରେ ସର୍ବାଧିକ

ବିହାର ସରକାରଙ୍କ ତରଫରୁ ରାଜ୍ୟରେ ଜାତିମାନଙ୍କ ସଂଖ୍ୟା ଏବଂ ସେମାନଙ୍କର ଆର୍ଥିକ ସ୍ଥିତି ଜାଣିବା ପାଇଁ ଜାତିଗଣନା କରାଯାଇଥିଲା। ସରକାରଙ୍କ କହିବା ଅନୁଯାୟୀ ଏହାଦ୍ବାରା ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବା ତଥା ବିଭିନ୍ନ ଯୋଜନାକୁ ଭଲ ଭାବରେ କାର୍ଯ୍ୟକ୍ଷମ କରିବାରେ ସହଯୋଗ ମିଳିବ।

   Related Posts