ଜାତିଗତ ଜନଗଣନାକୁ ବିହାର କ୍ୟାବିନେଟର ମୋହର, ଖର୍ଚ୍ଚ ହେବ ୫୦୦ କୋଟି

Published By : Prameya-News7 Bureau | June 02, 2022 IST

() ବିହାରରେ ଜାତିଗତ ଜନଗଣନା ଉପରେ ନୀତୀଶ କୁମାରଙ୍କ କ୍ୟାବିନେଟ୍ ମୋହର ମାରିଛି। ଶୁକ୍ରବାର ସିଏମ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ଜାତିଗତ ଜନଗଣନା ସହ ମୋଟ 8ଟି ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଠ ମାସ ଭିତରେ ଜାତିଗତ ଜନଗଣନା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିହାର ସରକାର ନିଜ ସଂସାଧନରେ ଏହି ଗଣନା କରିବେ।

ମୁଖ୍ୟ ଶାସନ ସଚିବ ଆମିର ସବୁହାନୀ କ୍ୟାବିନେଟ ନିଷ୍ପତ୍ତିର ସୂଚନା ଦେଇ କହିଛନ୍ତି, ବହୁ ସ୍ତରରେ ଗଣନା କରାଯିବ। ସାଧାରଣ ପ୍ରସାରଣ ବିଭାଗକୁ ଏହାର ଦାୟିତ୍ୱ ଦିଆଯିବ। ଜିଲ୍ଲାସ୍ତରରେ ଜିଲ୍ଲା ପ୍ରଶାସନର ଅଧିକାରୀ ଏହାର ଦାୟିତ୍ୱ ନେବେ। ଏପରିକି ପଞ୍ଚାୟତ ସ୍ତରରେ ମଧ୍ୟ ଦାୟିତ୍ୱ ଦିଆଯିବ। ଜାତିଗତ ଗଣନା ପାଇଁ ୫୦୦ କୋଟି ଟଙ୍କାର ବିହାର ଜରୁରୀକାଳୀନ ପାଣ୍ଠିରୁ ଖର୍ଚ୍ଚ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.