ବିହାରରେ କାହିଁକି ଭାଙ୍ଗିଗଲା ପୋଲ ? କାରଣ ଶୁଣି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ତାଜୁବ

Published By : Prameya-News7 Bureau | May 10, 2022 IST

ବିହାର ୧୦/୦୫: ବିହାରର ସୁଲତାନଗଞ୍ଜରେ ଏକ ନିର୍ମାଣାଧୀନ ରାସ୍ତାର ପୋଲ ଭୁଶୁଡ଼ିବା ପାଇଁ ପ୍ରବଳ ପବନ ଦାୟୀ । ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କ ବିବୃତ୍ତିରେ ତାଜୁବ ହୋଇଯାଇଛନ୍ତି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ । ୨୯ ଏପ୍ରିଲରେ, ସୁଲତାନଗଞ୍ଜର ଗଙ୍ଗା ନଦୀ ଉପରେ ନିର୍ମିତ ଏକ ରାସ୍ତାର ବ୍ରିଜର ଏକ ଅଂଶ ବଜ୍ରପାତ ସମୟରେ ଭୁଶୁଡି ପଡିଥିଲା ।

ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତିର ଖବର ଆସିନାହିଁ । ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ ଏପ୍ରିଲ୍ ୨୯ରେ ବିହାରରେ ଏକ ବ୍ରିଜ୍ ଭୁଶୁଡି ପଡିଥିଲା । ଏହାର ସଚିବଙ୍କୁ ଏହାର କାରଣ ପଚାରିବାରୁ ସେ ଉତ୍ତର ଦେଇଛନ୍ତି ଯେ ଏହା ପ୍ରବଳ ପବନ ଏବଂ କୁହୁଡି ଯୋଗୁଁ ହୋଇଛି ।
କେନ୍ଦ୍ର ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଜଣେ ଆଇଏଏସ୍ ଅଧିକାରୀ କିପରି ଏପରି ବ୍ୟାଖ୍ୟାକୁ ବିଶ୍ୱାସ କେମିତି କରିହେବ ? ଗଡକରୀ କହିଛନ୍ତି, ପବନ ଏବଂ କୁହୁଡି ଯୋଗୁଁ ସେତୁ କିପରି ଭୁଶୁଡ଼ିପାରେ ମୁଁ ତ ବୁଝିପାରୁନି । ନିଶ୍ଚୟ କିଛି ତ୍ରୁଟି ଥାଇପାରେ । ଯେଉଁଥିପାଇଁ ସେତୁ ଭୁଶୁଡି ପଡିଥିଲା । ଏହି କାର୍ଯ୍ୟକ୍ରମରେ ଗୁଣବତ୍ତା ଉପରେ କୌଣସି ସମସ୍ୟା ନକରି ସେତୁ ନିର୍ମାଣ ଖର୍ଚ୍ଚ ହ୍ରାସ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ବିହାରର ସୁଲତାନଗଞ୍ଜ ଏବଂ ଆଗୁଆନି ଘାଟ ମଧ୍ୟରେ ଏହି ସେତୁ ନିର୍ମାଣ କାର୍ଯ୍ୟ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା । ଯଦିଓ, ଏହାର ନିର୍ମାଣ ୨୦୧୯ରେ ଶେଷ ହେବାକୁ ଥିଲା । ତଥାପି ଏହା ସମ୍ପୂର୍ଣ୍ଣ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.