ଥାନା ଭିତରେ ପଶି ଥାନା ବାବୁଙ୍କ ଚେୟାର୍‌ରେ ବସି ଷ୍ଟେସନ ଡାଏରୀ ମାଗିଲେ ବିଜେପି ବିଧାୟକ, ଦେଖନ୍ତୁ ଭାଇରାଲ୍ ଭିଡିଓ

Published By : Prameya-News7 Bureau | April 02, 2022 IST

ପାଟନା: ଥାନାକୁ ଯାଇ ସିଧା ଥାନା ଅଧିକାରୀଙ୍କ ଚେୟାର୍‌ରେ ବସିଲେ, ଏକ ମାମଲା ବିଷୟରେ ଜାଣିବା ପାଇଁ ପୁଲିସ ବାବୁଙ୍କୁ ଷ୍ଟେସନ ଡାଏରୀ ମାଗିଲେ। ବିଜେପି ବିଧାୟକ ମୁରାରୀ ମୋହନ ଝା ଏଭଳି କାର୍‌ନାମ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି।  ମୁରାରୀ ବିହାର ଦରଭଙ୍ଗା ଜିଲ୍ଲା କେଓଟି ପୁଲିସ ଷ୍ଟେସନକୁ ଯାଇ ଷ୍ଟେସନ ହାଉସ୍ ଅଫିସରଙ୍କ ଆସନରେ ବସି ଖୋଦ୍‌ ଥାନା ଅଧିକାରୀଙ୍କୁ ଷ୍ଟେସନ ଡାଏରୀ ମାଗିଛନ୍ତି। ଏହି ଘଟଣା ସପ୍ତାହେ ତଳର।

ଯେତେବେଳେ ବିଜେପି ବିଧାୟକ ମୁରାରୀ ନିଜ ନିର୍ବାଚନ ମଣ୍ଡଳୀକୁ ବୁଲିଯାଇଥିଲେ ସେତେବେଳେ ଦୁଇ ଜଣ ଲୋକ ପୁଲିସ ଦ୍ୱାରା ମାଡ଼ ଖାଇଥିବାର ଅଭିଯୋଗ ଶୁଣିଥିଲେ। ଏହାପରେ ବିଧାୟ ରାଗିପାଚି ଲାଲ୍‌ ହୋଇ ତୁରନ୍ତ ପୁଲିସ ଷ୍ଟେସନ୍‌ରେ ପହଞ୍ଚି ଥାନା ବାବୁଙ୍କୁ ସମ୍ପର୍କିତ ମାମଲା ବିଷୟରେ ଜାଣିବାକୁ ଷ୍ଟେସନ୍ ଡାଏରୀ ମାଗିଥିଲେ।

wp:html /wp:html

ରେକର୍ଡ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ ଷ୍ଟେସନ ହାଉସ୍ ଅଫିସର(ଏସ୍‌ଏଚ୍‌ଓ) ବିଧାୟକଙ୍କୁ ପବ୍ଲିକ୍‌ ଆଗରେ ଷ୍ଟେସନ ଡାଏରୀ ଦେଇପାରିବେ ନାହିଁ ବୋଲି କହୁଛନ୍ତି। ହେଲେ ବିଧଆୟକ କିନ୍ତୁ ଶୁଣିବାକୁ ନାରାଜ। ବାରମ୍ବାର ଡାଏରୀ ମାଗିବା ସହିତ କିଏ ଏହି ଥାନାର ମ୍ୟାନେଜର ତାକୁ ତୁରନ୍ତ ଡାକନ୍ତୁ ବୋଲି କହୁଛନ୍ତି। ଘଟଣା ସମୟରେ ଅନେକ ସାମ୍ବାଦିକ ମଧ୍ୟ ଉପସ୍ଥିତ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ତର୍କ ବିତର୍କ ହୋଇଥିବାର ଖବର ଶୁଣିବାକୁ ମିଳିଛି।

ସେ ଟ୍ୱିଟ୍ କରି ଲେଖିଛନ୍ତି “ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏଭଳି ହସ୍ତକ୍ଷେପ ପସନ୍ଦ। ବିଜେପି ବିଧାୟକ ଦାଦାଗିରି ଦେଖାଇ ଥାନା ବାବୁଙ୍କୁ ଚେୟାରେ ବସି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗର କାରନାମା, ମାଫିଆ ଏବଂ ଅପରାଧିମାନଙ୍କ ସହିତ ସମ୍ପର୍କ ଓ ହିସାବ ନେବାକୁ କେସ୍ ଡାଏରୀ ମାଗୁଛନ୍ତି। ବିହାର ଏନ୍‌ଡିଏର ସରକାର ନୁହେଁ ବରଂ ସରକସ ଚଳାଉଛି।”   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.