ରାହୁଲ ଗାନ୍ଧୀଙ୍କୁ ଲାଡେନ ସହ ତୁଳନା କଲେ ବିହାର ବିଜେପି ଅଧ୍ୟକ୍ଷ

Published By : Prameya-News7 Bureau | June 10, 2023 IST

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଲ୍‌କାଏଦା ମୁଖ୍ୟ ଆତଙ୍କବାଦୀ ଓସାମା ବିନ ଲାଡେନ ସହ ତୁଳନା କଲେ ବିହାର ବିଜେପି ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ। ଜଣେ ଦାଢ଼ି ରଖିଦେଲେ ଦେଶର ପ୍ରଧାନମନ୍ତ୍ରୀ ହୋଇଯାଏନି।  

ବିହାରର ଅରରିଆରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ କରି ଲୋକଙ୍କୁ ଗତ ୯ ବର୍ଷର ବିଜେପି ସରକାରର ସଫଳତା କହିଥିଲେ। ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ଶ୍ରୀ ଚୋଧୁରୀ କହିଥିଲେ “ ରାହୁଲ ଗାନ୍ଧୀ ଲାଡେନ ଭଳି ଦାଢ଼ି ବଢ଼ାଇ ଦେଶ ସାରା ବୁଲିଲେ ସିଏ ପ୍ରଧାନମନ୍ତ୍ରୀ ହୋଇଯିବେନି। ଆମେ ତାଙ୍କୁ ରାଜନୀତିରେ ଜଣେ ୫୦ ବର୍ଷର କୁନିପିଲା ବୋଲି ଭାବୁ। ରାହୁଲ ଗାନ୍ଧୀ ଦାଢ଼ି ବଢ଼ାଇ ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଭାବୁଛନ୍ତି।” ସୂଚନା ଥାଉକି ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କର ଦାଢ଼ି ବଢ଼ିଯାଇଥିଲା। ଏହାକୁ ନେଇ ବିଜେପି ନେତା ତାଙ୍କୁ କଟାକ୍ଷ କରିଥିଲେ।

wp:embed {"url":"https://twitter.com/ANI/status/1667407673711820800?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1667407673711820800?s=20
/wp:embed

ପଢ଼ନ୍ତୁ -ବିଜେପି ସହ ମେଣ୍ଟ କରିବା ଅପେକ୍ଷା ମରିଯିବା ଭଲ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ବିହାରରେ ବିଜେପିବା ନେଇ ଶ୍ରୀ ଚୌଧୁରୀ ପୁଣିଥରେ ଧାର୍ମିକ ବୟାନ ଦେଇଥିଲେ। କହିଥିଲେ ବିହାରରେ ଯଦି ଦଳ କ୍ଷମତାକୁ ଆସେ ତେବେ ଆମେ ଗୋହତ୍ୟା,ଲଭ୍‌ ଜିହାଦ୍ ଓ ଅନୁପ୍ରବେଶ ରୋକିବୁ ବୋଲି ବିହାର ବିଜେପି ଅଧ୍ୟକ୍ଷ କହିଛନ୍ତି।  

ସେହିପରି କାର୍ଯ୍ୟକ୍ରମରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ନୀତୀଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ବନାଇଥିଲେ। ହେଲେ ସେ ଆମକୁ ଧୋକା ଦେଲେ। ଏବେ ନୀତୀଶଙ୍କର ମାନସିକ ସ୍ଥିତି ଖରାପ ହୋଇଯାଇଛି। ସେ ଯୁଆଡ଼େ ଯାଉଛନ୍ତି ନିଜକୁ ପ୍ରଧାନମନ୍ତ୍ରୀ ବୋଲି କହୁଛନ୍ତି। ସେ କହିଥିଲେ ଯେ ଏହା ମୋର ଶେଷ ନିର୍ବାଚନ। ହେଲେ ପୁଣି  ସେ ତାଙ୍କ କଥାରୁ ଓହରି ଗଲେ।  ୨୦୨୪ ନିର୍ବାଚନ ଜେଡିୟୁ ଖାତା ଖୋଲିପାରିବ ନାହିଁ। ୨୦୨୪ରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗଠନ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।  

{"width":836,"height":470}
Rahul Gandhi, Bihar BJP chief likens rahul gandhi to Osama bin Laden, Bihar BJP chief, Bihar BJP chi

ପଢ଼ନ୍ତୁ -କର୍ଣ୍ଣାଟକ ନିର୍ବାଚନ ପରେ ବିରୋଧୀ ଏକତା ଅଭିଯାନକୁ ଜୋରଦାର କଲେ ନୀତୀଶ କୁମାର, ଦିଲ୍ଲୀରେ କେଜ୍ରିୱାଲଙ୍କୁ ଭେଟିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.