ଦିଲ୍ଲୀରେ ଦଲାଲମାନେ ଧାରଣା ଦେଇଛନ୍ତି ! ଚାଷୀ ଆନ୍ଦୋଳନକୁ ଦଲାଲ ଆନ୍ଦୋଳନ କହି ବିବାଦ ଘେରରେ କୃଷି ମନ୍ତ୍ରୀ

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ ୨୦/୧୨ : ଦିଲ୍ଲୀରେ ଦୀର୍ଘଦିନ ଧରି ଚାଷୀ ଆନ୍ଦୋଳନ ଜାରି ରହିଛି । ନୂଆ କୃଷି ଆଇନକୁ ପ୍ରତ୍ୟାବର୍ତ୍ତନ କରିବା ଦାବିରେ ଅଡି ବସିଛନ୍ତି ଚାଷୀ । ଏହାରି ମଧ୍ୟରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିହାର କୃଷି ମନ୍ତ୍ରୀ ଅମରେନ୍ଦ୍ର ପ୍ରତାପ ସିଂହ । ବୈଶାଳୀର ସୋନପୁର​‌ରେ ଏକ ସମ୍ବାଦିକ ସମ୍ମୀଳନୀରେ ବିହାର କୃଷି ମନ୍ତ୍ରୀ, ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ଦଲାଲ ଆନ୍ଦୋଳନ ବୋଲି କହି ବିବାଦ ଘେରକୁ ଆସିଛନ୍ତି । ସେ କହିଛନ୍ତି ଦେଶରେ ୫.୫ ଲକ୍ଷ ଗାଁ ଅଛି କିନ୍ତୁ କୌଣସି ଗାଁରେ କୌଣସି କୃଷକ ଆନ୍ଦୋଳନ କରୁନାହାନ୍ତି ।

କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ୩ ସପ୍ତାହରୁ ଉର୍ଦ୍ଧ୍ବ ଦିନ ହେବ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାକୁ ନେଇ ବିହାର କୃଷି ମନ୍ତ୍ରୀ ଅମରେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଦିଲ୍ଲୀ ଏବଂ ହରିୟାଣା ସୀମାରେ ଯେଉଁ ଆନ୍ଦୋଳ ଚାଲିଛି ତାହା ଚାଷୀ ଆନ୍ଦୋଳନ ନୁହେଁ ବରଂ ଦଲାଲଙ୍କ ଆନ୍ଦୋଳନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ଚାଷୀମାନେ କଣ କେବଳ ଦିଲ୍ଲୀ ଏବଂ ହରିୟାଣା ସୀମାରେ ଅଛନ୍ତି? କେବଳ କିଛି ଚାଷୀ ଦଲାଲଙ୍କୁ ଛାଡିଦେଲେ ଦେଶର ୫.୫ ଲକ୍ଷ ଗାଁରେ ଚାଷୀମାନେ ଆନ୍ଦୋଳନ କରୁନାହାନ୍ତି । ସେମାନେ ସମସ୍ତେ ନୂଆ କୃଷି ଆଇନ ସମର୍ଥନ କରୁଛନ୍ତି । ଦିଲ୍ଲୀରେ କିଛି ଦଲାଲ ଚାଷୀ ରୂପରେ ଆନ୍ଦୋଳନ କରୁଛନ୍ତି ଏବଂ ଗଣମାଧ୍ୟମ ଏହାକୁ ନୋଟିସ୍ କରୁଛି । ଯଦି ସତରେ ଚାଷୀ ଆନ୍ଦୋଳନ ହେଉଥାନ୍ତା ତେବେ ସାରା ଭାରତରେ ନିଆଁ ଜଳିଥାନ୍ତା । ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.