ବିଜ୍ଞାନ ଭୂଷଣ ହତ୍ୟାକାଣ୍ଡ; ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ

Published By : Prameya-News7 Bureau | October 25, 2022 IST

ଚୌଦ୍ୱାର ୨୫/୧୦: ବେଆଇନ ବାଲି ଘାଟକୁ ନେଇ ଗୋବିନ୍ଦପୁର ଛକରେ ହୋଇଥିବା ବିଜ୍ଞାନ ଭୁଷଣ ମହାନ୍ତି ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ। ଅଭିଯୁକ୍ତଙ୍କ ପରିଚୟ ସୁସାନ୍ତ ବେହେରା ଓ ଦିପୁଆ ରାଉତ। ସେମାନ ଜରିପଡ଼ା ପଞ୍ଚାୟତର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଭଙ୍କୁ ଗିରଫ କରିବା ପରେ ପୋଲିସ କୋର୍ଟ ଚାଲାଣ କରିଛି।

ଖବର ଅନୁସାରେ ସୁସାନ୍ତ, ଦିପୁଆ ଓ ୪ ସହଯୋଗି ବୋଲେରୋରେ ଆସି ବିଜ୍ଞାନ ଭୁଷଣ ମହାନ୍ତି ଓ ଦିପକ ବେହେରାଙ୍କୁ ଗୋବିନ୍ଦପୁରରେ ଗୋଟିଏ ଜଳଖିଆ ଦୋକାନରେ ନିର୍ମମ ହତ୍ୟା କରିଥିଲେ। ବିଜ୍ଞାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦୀପକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ଅଛି। ଏହି ହତ୍ୟାକାଣ୍ଡର ଅନ୍ୟ ୪ ଅଭିଯୁକ୍ତ  ଏବେ ଫେରାର ଅଛନ୍ତି। ଜରିପଡ଼ା ପଞ୍ଚାୟତ ନାଳିକୂଳରେ ଥିବା ଏକ ବେଆଇନ ବାଲି ଘାଟକୁ ନେଇ ଦୀର୍ଘ ଦିନ ହେବ ୨ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିଲା। ଏହି ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ନେଇ ହତ୍ୟା କାଣ୍ଡର ରୂପ ନେଇଛି ବୋଲି ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.