ଦରମା ବୃଦ୍ଧି ନେଇ ରାଜରାସ୍ତାରେ କର୍ମଚାରୀ, ପ୍ରଭାବିତ ହେଲେଣି ୨୩ ହଜାର ଶିକ୍ଷାନୁଷ୍ଠାନ...

Published By : Prameya-News7 Bureau | February 02, 2023 IST

ବ୍ରିଟେନ୍ ୦୨।୦୨: ବ୍ରିଟେନରେ ଦୀର୍ଘ ୧୦ ବର୍ଷ ପରେ ଦେଖିବାକୁ ମିଳିଛି ବଡ ଧର୍ମଘଟ । ପ୍ରଭାବିତ ହୋଇଛନ୍ତି ଅନେକ ଶିକ୍ଷାନଷ୍ଠାନ । ଦରମା ବଢାଇବା ଦାବିରେ ବୁଧବାର ରାସ୍ତାକୁ ଓହ୍ଲାଇଛନ୍ତି ବ୍ରିଟେନର ଅନେକ କର୍ମଚାରୀ । ଏହି ଧର୍ମଘଟରେ ସାମିଲ ହୋଇଛନ୍ତି ଶିକ୍ଷକ, ବିଶ୍ବ ବିଦ୍ୟାଳୟ ଅଧ୍ୟାପକ, ଟ୍ରେନ ଏବଂ ବସ୍ ଡ୍ରାଇଭର ତଥା ସରକାରୀ କ୍ଷେତ୍ରର କର୍ମଚାରୀମାନେ  । ପ୍ରାୟ ଏକ ଦଶଦ୍ଧି ମଧ୍ଯରେ ଦେଶରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତି ଉପୁଜିଛି ।

ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଧର୍ମଘଟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଇଂଲଣ୍ଡ ଓ ଓ୍ବେଲ୍ସରେ ଶିକ୍ଷକମାନେ ବିଦ୍ୟାଳୟ ତ୍ୟାଗ କରିଛନ୍ତି । ଯାହା ଫଳରେ ୨୩ ହଜାର ବିଦ୍ୟାଳୟ ପ୍ରଭାବିତ  ହୋଇଛି ।  ଏହି ଅଞ୍ଚଳର ପ୍ରାୟ ୮୫ ପ୍ରତିଶତ ବିଦ୍ୟାଳୟ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବନ୍ଦ ରହିବ ବୋଲି ଆକଳନ କରାଯାଇଛି । ସେପଟେ ଏନେଇ ଶିକ୍ଷାମନ୍ତ୍ରୀ ଗିଲିୟାନ୍ କିଗାନ୍ କହିଛନ୍ତି, ‘କର୍ମଚାରୀ ସଂଘମାନେ ଏପରି ନିଷ୍ପତି ନେଇଥିବାରୁ ମୁଁ ନିରାଶ,  ଏହା କୌଣସି  ଅନ୍ତିମ ଉପାୟ ନୁହେଁ । ଆମେ ବର୍ତ୍ତମାନ ବି ଆଲୋଚନା କରିପାରିବା ।‘

ଧର୍ମଘଟରେ ଶିକ୍ଷକ ବ୍ୟତୀତ ଟ୍ରେନ୍ ଏବଂ ବସ୍ ଡ୍ରାଇଭର ଏବଂ ସରକାରୀ କର୍ମଚାରୀ ସାମିଲ ଅଛନ୍ତି । ଏଥିରେ ଦେଶର ୧୨୪ ଟି ସରକାରୀ ବିଭାଗର ପ୍ରାୟ ଏକ ଲକ୍ଷ କର୍ମଚାରୀ ମଧ୍ୟ ଜଡିତ ଅଛନ୍ତି । ଏହା ବ୍ୟତୀତ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଆସନ୍ତା ସପ୍ତାହରେ ଧର୍ମଘଟ କରିବାକୁ ଯୋଜନା କରୁଛନ୍ତି । ଫେବୃଆରୀ ୬ ରେ ନର୍ସ ଏବଂ ଆମ୍ବୁଲାନ୍ସ କର୍ମଚାରୀମାନେ କରିବେ ଧର୍ମଘଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.