ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତ କଲେ ବିଶ୍ବର ସବୁଠୁ ବଡ ‘ବନିଶୀକଣ୍ଟା’, ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ହେବ ସାମିଲ

Published By : Prameya-News7 Bureau | January 05, 2020 IST

ବ୍ରହ୍ମପୁର ୫।୧: ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର ଛାତ୍ରଛାତ୍ରୀଙ୍କ ଦ୍ବାରା ହୋଇଥିବା ବିଶ୍ବର ସବୁଠାରୁ ବଡ ‘ବନିଶୀକଣ୍ଟା’ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସାମିଲ ହେବ। ଟ୍ବିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

{"id":207142,"sizeSlug":"large"}

ତାଲିମ୍ କେନ୍ଦ୍ର ପାଖାପାଖି ୫୦ଜଣ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ବିଶ୍ବର ସବୁଠାରୁ ଉଚ୍ଚତମ ‘ବନିଶୀକଣ୍ଟା’ । ଯାହାର ଉଚ୍ଚତା ରହିଛି ୨୨ ଫୁଟ।

{"id":207143,"sizeSlug":"large"}

ଅଦରକାରୀ ବିଭିନ୍ନ ପ୍ରକାର ସରଞ୍ଜାମକୁ ନେଇ ୩ଟି ବିଭାଗର ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ ଏହି ସ୍କାର୍ପ ପ୍ରସ୍ତୁତ କରିଥିବା କହିଛନ୍ତି। ଏହା ପ୍ରସ୍ତୁତ କରିବାକୁ ପାଖାପାଖି ୪୦ ଦିନ ସମୟ ଲାଗିଥିବା କହିଛନ୍ତି ।

{"id":207144,"sizeSlug":"large"}

ପୂର୍ବରୁ ଅନେକ ପ୍ରକାର ଜିନିଷ ତିଆରି କରି ଚର୍ଚ୍ଚାରେ ରହିଛି ଏହି ଅନୁଷ୍ଠାନ। ବିନା ଖର୍ଚ୍ଚରେ ଅଦରକାରୀ ଜିନିଷକୁ କିଭଳି ବିନିଯୋଗ କରାଯାଇ ଦକ୍ଷତା ପ୍ରତିପାଦନ କରାଯାଇପାରୁଛି ତାହା ସମସ୍ତଙ୍କୁ ଚକିତ କରୁଛି । ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ଉଭୟ ଛାତ୍ର ଏବଂ ଅନୁଷ୍ଠାନ କର୍ତ୍ତୃପକ୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.