ବିଗ୍‌ବସ୍‌ର ଏହି ବିଜେତା ହେଲେ କିନ୍ନର ! ଫଟୋ ଦେଖି ଲୋକଙ୍କୁ ହେଉନାହିଁ ବିଶ୍ୱାସ

Published By : Prameya-News7 Bureau | October 06, 2021 IST

ନୂଆଦିଲ୍ଲୀ ୦୬/୧୦: 'ବିଗ୍ ବସ୍ OTT' ଶେଷ ହୋଇ ବର୍ତ୍ତମାନ 'ବିଗ୍ ବସ୍ ୧୫' ଆରମ୍ଭ ହୋଇଛି । ଏହି ସମୟରେ ସୋସିଆଲ ମିଡିଆରେ 'ବିଗ୍ ବସ୍'ର ଜଣେ ବିଜେତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋ ଦେଖିବା ପରେ ଲୋକମାନେ ଚକିତ ହୋଇଯାଇଛନ୍ତି। ସେମାନେ ବୁଝି ପାରୁନାହାଁନ୍ତି ଯେ ଇଏ ପ୍ରକୃତରେ କିଏ? କାରଣ ଫଟୋ ଦେଖି ଚିହ୍ନିବା କଷ୍ଟକର ହୋଇପଡିଛି।

ବାସ୍ତବରେ, ଇଏ ହେଉଛନ୍ତି 'ବିଗ୍ ବସ୍ OTT' ର ବିଜେତା ଦିବ୍ୟା ଅଗ୍ରୱାଲ। ଏହାକୁ ବିଶ୍ୱାସ କରିବା ଟିକେ କଷ୍ଟକର, କିନ୍ତୁ ଏହା ସତ୍ୟ। ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଏହା ହେଉଛି ତାଙ୍କର ୱେବ୍ ସିରିଜର ଚରିତ୍ର, ଯାହା ଅତ୍ୟନ୍ତ ବିପଜ୍ଜନକ। ତାଙ୍କୁ ମେକଅପ୍ ମାଧ୍ୟମରେ ଏହି ଲୁକ୍ ଦିଆଯାଇଛି। ଅଲ୍ଟ ବାଲାଜୀଙ୍କ ୱେବ୍ ସିରିଜ୍ 'କାର୍ଟେଲ୍'ରେ ଦିବ୍ୟା ଅଗ୍ରୱାଲ୍ ଅନେକ ଭିନ୍ନ ଅବତାରରେ ନଜର ଆସିଛନ୍ତି। ସେ ଜଣେ ସିରିଏଲ କିଲର ଭୂମିକାରେ ଅଭିନୟ କରିଛନ୍ତି।

ଏହି ଫଟୋରେ, 'ବିଗ୍ ବସ୍ OTT' ବିଜେତା ଦିବ୍ୟା ଅଗ୍ରୱାଲ ଜଣେ କିନ୍ନର ଅବତାରରେ ନଜର ଆସିଛନ୍ତି । ସେ ନାଲି ଶାଢୀ ଏବଂ ଭାରୀ ଅଳଙ୍କାର ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କ ମୁହଁରେ ଦାଢି ଦେଖାଯାଇଛି। ଅଭିନେତ୍ରୀଙ୍କୁ କେହି ଚିହ୍ନି ପାରୁନାହାଁନ୍ତି। ଏହା ପୂର୍ବରୁ ମଧ୍ୟ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହୋଇଥିଲା। ଗୋଟିଏରେ ସେ ଜଣେ ବୃଦ୍ଧ ବ୍ୟକ୍ତି ଭାବରେ ଦେଖାଯାଇଥିବାବେଳେ ଅନ୍ୟଟିରେ ସେ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ଗେଟଅପ୍ ରେ ଥିଲେ। ପ୍ରତ୍ୟେକ ଲୁକରେ ଅଭିନେତ୍ରୀଙ୍କୁ ଚିହ୍ନିବା କଷ୍ଟକର ଥିଲା। ସେ ନିଜେ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଦୁଇଟି ଲୁକ୍ ର ଫଟୋ ପୋଷ୍ଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.