ଲୁଚି ଲୁଚି ନିର୍ବନ୍ଧ କଲେ ସ୍ୱପ୍ନା ଚୌଧୁରୀ : ଖୁବ ଶୀଘ୍ର କରିବେ ବିବାହ, ଜାଣନ୍ତି କିଏ ସେ ବର?

Published By : Prameya-News7 Bureau | March 16, 2020 IST

ହରିୟାଣା ୧୬/୦୩ : ସମସ୍ତଙ୍କର ପ୍ରିୟ ହରିୟାଣାର ଷ୍ଟାର ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀଙ୍କ ଜୀବନରେ ନୂଆ ମୋଡ଼ ଆସିଛି | ସ୍ୱପ୍ନା ଚୌଧୁରୀ ଜଣେ ଭଲ ସିଙ୍ଗର ଏବଂ ଡ୍ୟାନ୍ସର | ସ୍ୱପ୍ନା ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ଆସନ୍ତୁ ଜାଣିବା ସ୍ୱପ୍ନା କାହାକୁ ନିଜ ହୃଦୟ ଦେଇଦେଇଛନ୍ତି, କାହା ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି |

{"id":239103,"sizeSlug":"large"}

ମିଡ଼ିଆ ରିପୋର୍ଟ ଅନୁଯାୟୀ, ସ୍ୱପ୍ନା ଚୌଧୁରୀ ହରିୟାଣାର ବୀର ସାହୁ ନାମକ ଯୁବକଙ୍କୁ ଡେଟ କରୁଥିଲେ | ବୀର ଗୀତ ଗାଇବା ସହ ଅଭିନୟ ମଧ୍ୟ କରନ୍ତି | ତାଙ୍କର ଅନେକ ମ୍ୟୁଜିକ ଭିଡିଓ ମଧ୍ୟ ରହିଛି | ଉଭୟ ସ୍ୱପ୍ନା ଓ ବୀରଙ୍କୁ ନେଇ ବର୍ତ୍ତମାନ ଜୋରସୋରରେ ଚର୍ଚ୍ଚା ଚାଲିଛି | ଉଭୟ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି | 

{"id":239104,"width":587,"height":344,"sizeSlug":"large"}

କିଛି ଦିନ ପୂର୍ବରୁ ଏକ ଚାନେଲରେ ସ୍ୱପ୍ନା ଚୌଧୁରୀ ଏକ ସାକ୍ଷାତକାରରେ ବୀରଙ୍କୁ ନେଇ ଅନେକ ପ୍ରଶଂସା କରିଥିଲେ | ବୀରଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତକାର ସମ୍ପର୍କରେ ମଧ୍ୟ ବଖାଣିଥିଲେ | ସେ କହିଥିଲେ ବୀର ବହୁତ ଭଲ ମଣିଷ | ୨୦୧୫-୧୬ ମସିହାରେ ଏକ ଆୱାର୍ଡ ଶୋରେ ବୀରଙ୍କ ସହ ତାଙ୍କର ଦେଖା ହୋଇଥିଲା ବୋଲି ସେ କହିଛନ୍ତି | ଦ୍ୱିତୀୟଥର ମଧ୍ୟ ଏକ ଆୱାର୍ଡ ଶୋରେ ବୀରଙ୍କ ସହ ସ୍ୱପ୍ନାଙ୍କସାକ୍ଷାତ ହୋଇଥିଲା |

{"id":239107,"sizeSlug":"large"}

କିନ୍ତୁ ଉଭୟ ପରସ୍ପର ସହ ଭାବଭାବେ କଥାବାର୍ତା ହୋଇପାରିନଥିଲେ | କିନ୍ତୁ ତୃତୀୟ ଦେଖାରେ କଥାବାର୍ତା ହୋଇଥିଲେ | ଏହାପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଅଧିକ କଥାବାର୍ତା ହୋଇଥିଲା ଏବଂ ପରସ୍ପରକୁ ବୁଝିବା ଆରମ୍ଭ କରିଥିଲେ | ଉଭୟ ବନ୍ଧୁତ୍ୱ ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା | ସ୍ୱପ୍ନା ଓ ବୀରଙ୍କ ନିର୍ବନ୍ଧ ହୋଇସାରିଛି ବୋଲି ଶୁଣିବାକୁ ମିଳିଛି | କିନ୍ତୁ ସ୍ୱପ୍ନା ନିଜ ନିର୍ବନ୍ଧକୁ ନେଇ ବର୍ତ୍ତମାନ କୌଣସି ଖୁଲାସା କରିନାହାନ୍ତି | ସ୍ୱପ୍ନାଙ୍କ ବାହାଘର ଚର୍ଚ୍ଚା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ମଧ୍ୟ ଜୋରସୋରରେ ଚାଲିଛି |

{"id":239110,"sizeSlug":"large"}

ଏକ ସାକ୍ଷାତକାରରେ ବୀର କହିଥିଲେ ଯେ, ସ୍ୱପ୍ନା ତାଙ୍କ ପାଇଁ ଆଉ ସ୍ବପ୍ନ ହୋଇନାହାନ୍ତି | ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଉଭୟ ବିବାହ କରିବାକୁ ଯାଉଛନ୍ତି | ବର୍ତ୍ତମାନ ପ୍ରଶଂସକ ସ୍ୱପ୍ନାଙ୍କ ବିବାହକୁ ନେଇ ଉତ୍ସାହିତ | କିନ୍ତୁ ସ୍ୱପ୍ନା ଏପର୍ଯ୍ୟନ୍ତ ନିଜ ବିବାହକୁ ନେଇ କିଛି ସ୍ପଷ୍ଟ କରିନାହାନ୍ତି |

{"id":239112,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.