BiggBoss ବିଜେତା ମୁନାୱର ଫାରୁକି, ଟ୍ରଫି ସହ ଜିତିଲେ ଦାମୀ କାର

Published By : Prameya-News7 Bureau | January 29, 2024 IST

ମୁମ୍ଵାଇ ୨୯।୦୧: ରିଆଲିଟି ଶୋ’ ବିଗ୍‌ ବସ୍‌ ୧୭। ବର୍ତ୍ତମାନ ଏହି ଶୋ’ର ଗ୍ରାଣ୍ଡ ଫାଇନାଲ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍‌ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାୱର ଫାରୁକି ବିଗ୍‌ ବସ୍‌-୧୭ ବିଜେତା ହୋଇଛନ୍ତି। ୩୨ ବର୍ଷୀୟ ମୁନାୱରଙ୍କୁ ଟ୍ରଫି ସହ ନଗଦ ୫୦ ଲକ୍ଷ ଟଙ୍କା ଏବଂ ଏକ ହ୍ୟୁଣ୍ଡାଇ କ୍ରେଟା କାର୍‌ ମିଳିଛି।

ବିବାଦୀୟ ରିଆଲିଟି ଶୋ’ର ଗ୍ରାଣ୍ଡ ଫାଇନାଲ ବିଜୟ ଘୋଷଣା ସମୟକୁ ସମସ୍ତେ ଅପେକ୍ଷା କରିଥିଲେ। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ମୁନାୱର ଫାରୁକିଙ୍କୁ ବିଜୟୀ ଘୋଷଣା କରିଥିଲେ। ଟପ୍‌ ୫ରେ ପ୍ରତିଯୋଗୀମାନେ ଥିଲେ ଅଭିଷେକ କୁମାର, ଅଙ୍କିତା ଲୋଖଣ୍ଡେ, ମନ୍ନାରା ଚୋପ୍ରା ଓ ଅରୁଣ ମଶେଟ୍ଟି।

୩୨ତମ ଜନ୍ମଦିନରେ ବିଗ୍‌ ବସ୍‌ ମୁକୁଟ ତାଙ୍କ ପାଇଁ ସର୍ବୋତ୍ତମ ବାର୍ଥ ଡେ’ ଗିଫ୍ଟ ସଦୃଶ ହୋଇଛି। ବିଗ୍ ବସ୍ ଜିତିବା ପରେ ମୁନାୱର କେବଳ ଟ୍ରଫି ପାଇନାହାଁନ୍ତି, ଏହା ସହିତ ତାଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ଏକ କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଟ୍ରଫି ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଦିଲ୍, ଦିମାଗ୍ ଏବଂ ଦମ୍ ର ଶୋ’ର ଥିମ୍ ଆଧାରରେ ଏହା ପ୍ରସ୍ତୁତ କରାଯାଇ ଥିଲା। ଏହି ବିଜୟ ସହିତ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରି ସବୁଆଡେ ପ୍ରସିଦ୍ଧ ହେଲେ । ସେ ପ୍ରଶଂସକଙ୍କ ତରଫରୁ ଅନେକ ଅଭିନନ୍ଦନ ଗ୍ରହଣ କରୁଛନ୍ତି ।

wp:embed {"url":"https://www.prameyanews7.com/pakistani-singer-rahat-fateh-ali-khan-beats-disciple-with-shoe-then-apologises/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistani-singer-rahat-fateh-ali-khan-beats-disciple-with-shoe-then-apologises/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.