Bigg Boss 17: ଭିକି କଲେ ଖୁଲାସା, କହିଲେ-ଅଙ୍କିତାଙ୍କ ସହ ମୋ ବିବାହ ଇନ୍‌ଭେଷ୍ଟମେଣ୍ଟ ଥିଲା…

Published By : Prameya-News7 Bureau | November 29, 2023 IST

ମୁମ୍ଵାଇ ୨୯।୧୧: ସଲମାନ ଖାନଙ୍କ ରିଆଲିଟି ଶୋ 'ବିଗ୍ ବସ୍ ୧୭'। ଲାଟେଷ୍ଟ ଏପିସୋଡ୍‌ରେ ଅଙ୍କିତାଙ୍କୁ ତାଙ୍କ' ଦିଦି ଭାବୁଥିବା ଇଶା ମନାରା ଚୋପ୍ରା ଏବଂ ସାନାଙ୍କ ସହ ମିଶି ଭିକି- ଅଙ୍କିତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ବାର୍ତ୍ତାଳାପ ସମୟରେ ଇଶା କହିଥିଲେ ଯେ ବିକି ତାଙ୍କୁ କହିଥିଲେ କି ଅଙ୍କିତା ଲୋଖଣ୍ଡେଙ୍କ ସହ ତାଙ୍କର ବିବାହ ଏକ ଇନଭେଷ୍ଟମେଣ୍ଟ ଥିଲା। ଏହା ସ୍ୱର୍ଗରେ ତିଆରି ମ୍ୟାଚ୍ ନୁହେଁ। ଇଶା କେବଳ ଭିକି-ଅଙ୍କିତାଙ୍କ ସମ୍ପର୍କ ବିଷୟରେ କଥାବାର୍ତ୍ତା କରିନାହାଁନ୍ତି, ବରଂ ଉଭୟଙ୍କ ବିଷୟରେ ବହୁତ ଗସିପ୍‌ ମଧ୍ୟ କରିଥିଲେ ।

ଇଶା କହିଛନ୍ତି, “ଯେତେବେଳେ ଭିକି ଭାଇ ଏବଂ ମୁଁ ଏକ ବନ୍ଧୁତ୍ୱପୂର୍ଣ୍ଣ ଯୁକ୍ତି କରୁଥିଲୁ, ମୁଁ ପଚାରିଲି, ଭାଗ୍ୟ ଏବଂ ଜୀବନ ମଧ୍ୟରେ ତୁମେ କାହକୁ ବିଶ୍ୱାସ କରୁଛ? ସେ ମୋତେ କହିଥିଲେ, “ମୁଁ ଭାଗ୍ୟରେ ବିଶ୍ୱାସ କରେ ନାହିଁ। ତା’ପରେ ମୁଁ ତାଙ୍କୁ ପଚାରିଲି ଅଙ୍କିତା ଦି’ଙ୍କୁ ଭେଟିବା କ’ଣ? ଆଗରୁ ତ ଭାବିଥିବେ ଯେ ଆପଣ ଅଙ୍କିତାଙ୍କୁ ବିବାହ କରିବେ? ତା’ପରେ ସେ କହିଥିଲେ, “ଏହା ଭାଗ୍ୟ କିମ୍ବା ଲକ୍‌ ନୁହେଁ, ଏହା ମୋର ଇନଭେଷ୍ଟମେଣ୍ଟ। ଏସବୁ ଶୁଣି ଇଶା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସେ ମନାରାକୁ ଆସି ଏସବୁ ବିଷୟରେ କହିଥିଲେ । ଯାହାକୁ ନେଇ ଦୁହେଁ ବହୁତ ଗସିପ୍‌ କରିଥିଲେ। ବର୍ତ୍ତମାନ ଇଶା ମନାରାଙ୍କୁ କହିଛନ୍ତି କି ଭିକି ଭାଇ ଏବେ ଓରି ସହିତ ବି ସମାନ ଜିନିଷ କରୁଛନ୍ତି । ତାଙ୍କ ସହ ବନ୍ଧୁତା କରିବାକୁ ଚେଷ୍ଟା କରୁଛନ୍ତି। ସମସ୍ତେ ତାଙ୍କ ପାଇଁ ଏକ ପ୍ରକାରର ଇନଭେଷ୍ଟମେଣ୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.