ସ୍ଵାମୀ ବିକି ଜୈନ୍‌ଙ୍କ ଉପରେ ଭଡକିଲେ ଅଙ୍କିତା, କହିଲେ- ଭୁଲି ଯାଅ ଆମେ ବିବାହ କରିଛେ…

Published By : Prameya-News7 Bureau | November 14, 2023 IST

ମୁମ୍ଵାଇ ୧୪।୧୧: କଲର୍ସ ଟିଭିର ଲୋକପ୍ରିୟ ଶୋ ‘ବିଗ୍ ବସ୍ ୧୭’ । ପ୍ରଥମ ଦିନରୁ ଏହା ଖୁବ୍‌ ଚର୍ଚ୍ଚାରେ ଥିଲା । ଶୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଛି। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେ‌ଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି। ବର୍ତ୍ତମାନ ଶୋ’ର ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଯେଉଁଥିରେ ଅଙ୍କିତାଙ୍କ କ୍ରୋଧ ଅଧିକ ଦେଖାଯାଉଛି ।

ଏବେ ଏହି ଝଗଡ଼ା ସୀମା ପାର୍ କରିଛି। ସୋ’ର ଉପସ୍ଥାପକ ତଥା ଅଭିନେତା ସଲମାନ ଖାନ୍ ଦୁହିଁଙ୍କୁ ପରସ୍ପର ପ୍ରତି ଏଭଳି ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ ବି ସୁଧୁରି ନାହାନ୍ତି ବିକି-ଅଙ୍କିତା। ଲାଟେଷ୍ଟ ପ୍ରୋମୋରେ ଦେଖାଯାଇଛି ଯେ, ଅଙ୍କିତା ରାଗରେ ସ୍ବାମୀ ବିକିଙ୍କୁ ଗୋଇଠା ମାରୁଛନ୍ତି। ଚଳିତ ବିକିଙ୍କ ପ୍ରଦର୍ଶନ ଭଲ ଥିବାରୁ ବିଗ୍ ବସ୍ ତାଙ୍କୁ ଦିଲ୍ ଘରୁ କାଢ଼ି ଦିମାଗ୍ ଘରକୁ ନେବେ ବୋଲି ଘୋଷଣା କରୁଛନ୍ତି। ଏହା ଶୁଣି ବିକି ଖୁସି ହେଉଥିବା ବେଳେ ଅଙ୍କିତା ରାଗି ଯାଉଛନ୍ତି ।

wp:html /wp:html

 ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ଅଙ୍କିତା ରାଗିକି ବିକିଙ୍କୁ ଗୋଇଠା ମାରୁଛନ୍ତି । ଏତିକି ହିଁ ନୁହେଁ ଖେଳ ପାଇଁ ତୁମେ ମୋତେ ବ୍ୟବହାର କରିଛ। ଆମେ ଦୁହେଁ ବିବାହିତ ବୋଲି ତୁମେ ଭୁଲି ଯାଆ । ଆଜି ଠାରୁ ତୁମେ ଆଉ ମୁଁ ଅଲଗା ବୋଲି କହୁଛନ୍ତି। ବର୍ତ୍ତମାନ ଦୁହିଁଙ୍କ ସମ୍ପର୍କ ଦିନକୁ ଦିନ ଖରାବ ହେବାରେ ଲାଗିଛି ।

wp:embed {"url":"https://www.prameyanews7.com/salman-fans-burst-firecrackers-in-cinema-hall/","type":"wp-embed","providerNameSlug":"prameya-news-7"}
https://www.prameyanews7.com/salman-fans-burst-firecrackers-in-cinema-hall/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.