Bigg Boss 16: ଶାଲିନ୍‌ଙ୍କ ପ୍ରେମରେ ଉବୁଟୁବୁ ସୁମ୍ବୁଲ, ବାପାଙ୍କ ଗାଳି ପରେ ବି ସୁଧୁରିଲେନି ଅଭିନେତ୍ରୀ

Published By : Prameya-News7 Bureau | October 17, 2022 IST

ମୁମ୍ଵାଇ ୧୭।୧୦: କଲର୍ସ ଟିଭିର ଲୋକପ୍ରିୟ ରିଅଲିଟି ଶୋ’ 'ବିଗ୍ ବସ୍ -୧୬'। ବର୍ତ୍ତମାନ ତାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଏବେ ଘରେ ଚାଲିଥିବା ପ୍ରେମ କାହାଣୀକୁ ନେଇ ଖୁବ୍‌ ଆଲୋଚନା।  ସୁମ୍ବୁଲ ଏବଂ ଶାଲିନ୍‌ଙ୍କର ପ୍ରେମ ଦେଖି ଲୋକମାନେ ସେମାନଙ୍କର ମୁଣ୍ଡ ହାତ ଦେଇଛନ୍ତି। ୧୭ ବର୍ଷ  ସୁମ୍ବୁଲକୁ ଶାଲିନଙ୍କ ନିକଟତର ହେବାକୁ ପସନ୍ଦ କରୁ ନାହାନ୍ତି ଦର୍ଶକ । ଯେଉଁ କାରଣରୁ ଶାଲିନଙ୍କୁ କ୍ରମାଗତ ଭାବରେ ଟାର୍ଗେଟ କରାଯିବା ସହ ଟ୍ରୋଲ କରାଯାଉଛି। କେବଳ ଏତିକି ନୁହେଁ, ସୁମ୍ବୁଲଙ୍କ ବାପା ମଧ୍ୟ ଶାଲିନଙ୍କୁ ଗାଳିଗୁଲଜ କରି ଅଭିନେତ୍ରୀଙ୍କୁ ଆଗକୁ ବଢିବାକୁ କହିଛନ୍ତି। କିନ୍ତୁ ଲାଗୁଛି ଯେ ଶାଲିନଙ୍କ ପ୍ରେମର ଜ୍ୱର ସୁମ୍ବଲଙ୍କ ମୁଣ୍ଡରୁ ବାହାରିବାର ନାଁ ଧରୁନି।

ସଲମାନଙ୍କ ଯିବା ପରେ ଏଥର ଶାଲିନ ସୁମ୍ବଲଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ଶାଲିନ ଦାବି କରିଛନ୍ତି ଯେ ସେ ସର୍ବଦା ସୁମ୍ବୁଲଙ୍କୁ ସମର୍ଥନ କରିବେ। ଯାହା ହେଉନା କାହିଁକି ସେ ସୁମ୍ବୁଲଙ୍କ ଠାରୁ ଦୂରେଇବେ ନାହିଁ । ବର୍ତ୍ତମାନ ସେମାନେ କେବଳ ବନ୍ଧୁ । ବନ୍ଧୁତା ଦୃଷ୍ଟିରୁ ସମ୍ପର୍କ ବଜାୟ ରଖିବେ। ସେ କହିଛନ୍ତି ଯେ ଏହି ସମ୍ପର୍କକୁ ଲୋକମାନେ ତାଙ୍କୁ ପରିହାସ କରୁଛନ୍ତି। କିନ୍ତୁ ପରେ ଯାହା ଘଟିଲା ତାହା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଏହି ସବୁ ଜିନିଷ ପରେ ଶାଲିନ୍‌ଙ୍କ ସାମ୍ନାରେ ଆଣ୍ଠୁମାଡି ମନାଇଥିଲେ । ଏହାକୁ ଦେଖି କିଛି ଫ୍ୟାନ୍ସ ସମ୍ବୁଲଙ୍କୁ ଥଟ୍ଟା କରୁଥିବାବେଳେ କିଛି ଲୋକ ଦାବି କରୁଛନ୍ତି ଯେ ଶାଲିନ୍ ପୁଣି ଥରେ ସୁମ୍ବୁଲଙ୍କ ଫିଲିଙ୍ଗ୍ସ୍ ସହିତ ଖେଳିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ସୁମ୍ବୁଲ ତାଙ୍କ କଥାରେ ଭାସି ଯାଉଛନ୍ତି। ଦୁହିଁଙ୍କ ମଧ୍ୟରେ ବୟସରେ ୨୧ବର୍ଷର ବ୍ୟବଧାନ ଅଛି । ଏଥିପାଇଁ ଦୁହିଁଙ୍କୁ ଖୁବ୍‌ ଟ୍ରୋଲ୍‌ ମଧ୍ୟ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.