କଣ ବାପା ହେବାକୁ ଯାଉଛନ୍ତି ବରୁଣ ଧାୱନ ? ଶୋ’ରେ ସଲମାନ କହିଲେ ଏମିତି…

Published By : Prameya-News7 Bureau | November 14, 2022 IST

ମୁମ୍ଵାଇ ୧୪।୧୧: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ବିପାଶା ବସୁ ମାଆ ହୋଇଛନ୍ତି। ଡେଲିଭରି ପରେ ବି ନିଜକୁ ଫିଟ୍‌ ରଖିଛନ୍ତି। ନିକଟରେ ରିଆଲିଟି ଟିଭି ଶୋ’ ବିଗ୍ ବସ୍ ରେ କିଛି ଘଟିଥିଲା। ​​ଯାହା ବରୁଣ ଧାୱନଙ୍କ ପ୍ରଶଂସକଙ୍କୁ ମଧ୍ୟ ଉତ୍ସାହିତ କରିଥିଲା ​​। ୨୦୨୧ରେ ବରୁଣ ଧାୱନ ଏବଂ ନତାଶା ଦଲାଲ ବିବାହ କରିଥିଲେ। ରଣବୀର କପୁର କରଣ ସିଂ ଗ୍ରୋଭର ପରେ ଶୁଣିବାକୁ ମିଳୁଛି କି ବରୁଣ ମଧ୍ୟ ବାପା ହେବାକୁ ଯାଉଛନ୍ତି। କିନ୍ତୁ ଖବର ଆସିଥିଲା କି ବରୁଣ-ନତାଶାଙ୍କ ଘରେ ଖୁସି ଖବର ଆସୁନାହିଁ।

ନିକଟରେ ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କ ଆଗାମୀ ଚଳଚ୍ଚିତ୍ର ଭେଡିଆକୁ ପ୍ରମୋଟ୍ କରିବା ପାଇଁ ବିଗ୍ ବସ୍ ରେ ନଜର ଆସିଥିଲେ । ଏହି ସମୟରେ ହୋଷ୍ଟ ସଲମାନ ଖାନ ସୂଚାଇ ଦେଇଛନ୍ତି ଯେ ବରୁଣ ଖୁବ ଶୀଘ୍ର ପିତା ହେବାକୁ ଯାଉଛନ୍ତି। କିନ୍ତୁ ଏହାକୁ ସଲମାନ ଥଟ୍ଟାରେ କହିଛନ୍ତି । କିନ୍ତୁ ପ୍ରଶଂସକମାନେ ବରୁଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବଡ଼ ସୂଚନା ଭାବରେ ଗ୍ରହଣ କରୁଛନ୍ତି।

ଅନ୍ୟପଟେ କହିବାକୁ ଗଲେ ସଲମାନ ଖାନ ଏବଂ ବରୁଣ ଧାୱନଙ୍କ ମଧ୍ୟରେ ଚମତ୍କାର ଟ୍ୟୁନିଂ ଅଛି ।ସଲମାନ ଖାନ ବରୁଣଙ୍କୁ ତାଙ୍କ ସାନ ଭାଇ ଭାବରେ ବିବେଚନା କରନ୍ତି ଏବଂ ଯେତେବେଳେ ବି ବରୁଣ ଧାୱନ ସଲମାନଙ୍କ ଶୋ’କୁ ଆସନ୍ତି, ସେତେବେଳେ ଦୁହେଁ ବହୁତ ମଜା ମସ୍ତି କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.