ବିଗ୍‌ବସ୍‌ରେ ରାଜ୍ କୁନ୍ଦ୍ରାଙ୍କୁ ଥଟ୍ଟା କଲେ ସଲମାନ : ଶମିତା ଦେଲେ ଏପରି ରିଆକ୍ସନ୍...

Published By : Prameya-News7 Bureau | October 11, 2021 IST

ମୁମ୍ବାଇ ୧୧/୧୦ : ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପାଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏବେ ସେ ଜାମିନରେ ମୁକୁଳିଥିଲେ ମଧ୍ୟ ତାଙ୍କୁ ନେଇ ଆଲୋଚନା ଆଜି ବି ଥମିବାର ନାଁ ନାହିଁ। ଶିଳ୍ପାଙ୍କ ଭଉଣୀ ସମିତା ଏବେ ବିଗ୍‌ବସ୍‌ ଓଟିଟି ରେ ଆସିବା ପରେ ବଗ୍‌ବସ୍‌ ୧୫କୁ ଆସିଛନ୍ତି । ଏହି ଶୋ’ ହୋଷ୍ଟ କରୁଛନ୍ତି ସଲମାନ ଖାନ୍‌। ତେବେ ଶନିବାର ପ୍ରସାରିତ ହୋଇଥିବା ଓ୍ବିକେଣ୍ଡ କା ବାର୍‌ ଏପିସୋଡ୍‌କୁ ନେଇ ସମିତାଙ୍କ ବଦଳରେ ରାଜ କୁନ୍ଦ୍ରା ପୁଣି ଚର୍ଚ୍ଚାକୁ ଆସିଛନ୍ତି। କାରଣଟି କିଛି ଅଲଗା ରହିଛି।

ସପ୍ତାହରେ ପ୍ରତିଯୋଗୀମାନଙ୍କ ବ୍ୟବହାରକୁ ନେଇ ସଲମାନ ପ୍ରତିକ୍ରିୟା ରଖିଥାନ୍ତି। କାହାକୁ ସେ ସୁଧୁରି ଯିବାକୁ ଟିପ୍ସ ଦେଲେ ତ କାହାକୁ ପ୍ରଶଂସା ମଧ୍ୟ କରିଛନ୍ତି। ଏହାରି ଭିତରେ ଏପିସୋଡରେ ସେ ପ୍ରତିଯୋଗୀ ନିଶାନ୍ତ ଭଟ୍ଟଙ୍କୁ ଗାଳି କରିଥିଲେ। ଏହାରି ମଧ୍ୟରେ ରାଜ୍‌ଙ୍କ କଥା ଉଠାଇଥିଲେ। ଅନ୍ୟତମ ପ୍ରତିଯୋଗୀ କରନ୍‌ କୁନ୍ଦ୍ରାଙ୍କ କଥା କହୁ କହୁ ସେ ‘ଏବେ ରାଜ କୁନ୍ଦ୍ରା ବି ବୁଝି ସାରିବେଣି’ ବୋଲି କହିଥିଲେ। ଭିଣେଇଙ୍କ ନାମ ସଲମାନଙ୍କ ପାଟିରୁ ଶୁଣି ସମିତା ଚକିତ ହୋଇ ଯାଇଥିଲେ।

wp:html /wp:html

କହିରଖୁଛୁ, ସମିତା ବିଗ୍‌ବସ୍‌ ଓଟିଟି ପ୍ରତିଯୋଗୀ ଥିଲେ। ସେଠାରୁ ଏବେ ସେ ମୁଖ୍ୟ ଘରେ ପ୍ରବେଶ କରିଛନ୍ତି। ଗତ ଥରଠାରୁ ତାଙ୍କ ପ୍ରଦର୍ଶନ ଭଲ ରହିଛି। ସେ ଚଳିତ ସପ୍ତାହରେ ଘରର କ୍ୟାପ୍‌ଟେନ୍‌ ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.