ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବିଗ୍‌ବସ୍‌-୧୫ରେ ନଜର ଆସିବେ ରିୟା ଚକ୍ରବର୍ତ୍ତି ! ଷ୍ଟୁଡିଓ ବାହାରେ ହେଲେ ସ୍ପଟ୍..

29/09/2021 at 10:12 AM

ମୁମ୍ବାଇ ୨୯/୦୯: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ  ୨୦୨୦ରେ ବେଶ ଚର୍ଚ୍ଚାରେ ରହିଥିଲେ। ବହୁ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଟାଣି ହୋଇ ଯାଇଥିଲା। ଏବେ ପୁଣି ଥରେ ତାଙ୍କ ନାଁ ଚର୍ଚ୍ଚାକୁ ଆସିଛି। ରିୟା କୁଆଡେ ରିଆଲିଟି ଶୋ’ ବିଗ୍‌ ବସ୍‌-୧୫ରେ ଭାଗ ନେବେ ବୋଲି ଚର୍ଚ୍ଚା ହେଉଛି।

ସଲମାନ ଖାନ୍‌ଙ୍କ ମୋଷ୍ଟ କଣ୍ଟ୍ରଭର୍ସିଆଲ ଶୋ’ ବିଗ୍‌ ବସ୍‌-୧୫କୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରେ ଏହା ଆରମ୍ଭ ହେବାକୁ ଯାଉଛି। ତେବେ ଶୋ’ ଆରମ୍ଭ ହେବା ପୂର୍ବରୁ ହିଁ କେଉଁ କେଉଁ ସେଲେବ୍ରିଟି ଏଥିରେ ଭାଗ ନେବେ ସେ ବିଷୟରେ ଜାଣିବା ପରେ ଫ୍ୟାନ୍ସମାନଙ୍କ ମଧ୍ୟରେ  ଏକ୍ସାଇଟେଡ ଅଛନ୍ତି। ତେବେ ସୂଚନା ଅନୁଯାୟୀ, ଏବେ ଏହି ଶୋ’ରେ ରିଆ ଭାଗ ନେବେ ବୋଲି କୁହାଯାଉଛି। ରିୟା ଚକ୍ରବର୍ତ୍ତୀ ଏବଂ ଅଙ୍କିତା ଲୋଖଣ୍ଡେ ଉଭୟଙ୍କୁ ବିଗ୍‌ ବସ୍‌-୧୫ ପାଇଁ ଅଫ୍‌ର ଦିଆଯାଇଥିଲା। ତେବେ ଅଙ୍କିତା ଏଥିପାଇଁ ମୁହଁରେ ମନା କରିଦେଇଥିଲେ। କିନ୍ତୁ ରିୟା ମନା କରିନଥିଲେ। କିନ୍ତୁ ନିକଟରେ ସେ ବିଗ୍‌ ବସ୍‌ ଷ୍ଟୁଡିଓ ବାହାରେ ନଜର ଆସିଥିଲେ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିୟା ବଡ ପରଦା ଠାରୁ ଦୂରେଇ ରହିଛନ୍ତି। ଏବେ କିନ୍ତୁ ସେ ଧୀରେ ଧୀରେ ଲାଇମ୍‌ ଲାଇଟ୍‌କୁ ଆସୁଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଚେହରେ’ ରିଲିଜ ହୋଇଛି। ଏଥିରେ ଅମିତାଭ ବଚ୍ଚନ, ଇମ୍ରାନ ହାସମୀ ସହ ସେ ନଜର ଆସିଥିଲେ। ରିୟା ଏବେ ନିଜ ଫିଲ୍ମି କ୍ୟାରିୟର ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି।

   Related Posts