ବିଗ୍‌ବସ୍‌ ପ୍ରିମିୟରର ତାରିଖ ଘୋଷଣା: ଜାଣନ୍ତୁ କେବେ ଓ କେଉଁ ସମୟରେ ସଲମାନ ଖାନ୍‌ଙ୍କ ଶୋ ପ୍ରସାରଣ ହେବ

Published By : Prameya-News7 Bureau | September 19, 2021 IST

ମୁମ୍ବାଇ ୧୯/୦୯ : 'ବିଗ୍ ବସ୍'ର ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି। ନିର୍ମାତାମାନେ ଶୋ’ର ପ୍ରସାରଣ ତାରିଖ ଘୋଷଣା କରିଛନ୍ତି। ଗତ କିଛି ଦିନ ହେବ, 'ବିଗ୍ ବସ୍ ସିଜିନ୍‌-୧୫' ବିଷୟରେ ଏକ ଜବରଦସ୍ତ ଗୁଜବ ସୃଷ୍ଟି ହୋଇଥିଲା । ଶୋ’ର ଅନେକ ପ୍ରୋମୋ ସାମ୍ନାକୁ ଆସିଛି ଯେଉଁଥିରେ ସଲମାନ ଖାନ ହୋଷ୍ଟ ଭାବରେ ଅଭିନୟ କରିଥିବାବେଳେ ରେଖାଙ୍କ ଭଏସ୍‌ ମଧ୍ୟ ଶୁଣିବାକୁ ମିଳିଥିଲା। ଏହା ସହ ଶୋ’ର ତାରିଖ ଏବଂ ସମୟର ନୂଆ ପ୍ରମୋରେ ପ୍ରକାଶ ପାଇଛି ।

ଏନେଇ ନିର୍ମାତାମାନେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସଲମାନ ଖାନ ସିଜିନ୍‌ର ମୁଖ୍ୟ ଆକର୍ଷଣକୁ ଆକୃଷ୍ଟ କରିଛନ୍ତି। ଏହା ସହିତ ଶେଷରେ କୁହାଯାଇଛି ଯେ 'ବିଗ୍ ବସ୍ ୧୫' ଆସନ୍ତା ଅକ୍ଟୋବର ୨ରୁ ଆରମ୍ଭ ହେବ । ଶନିବାର ଓ ରବିବାର ୯.୩୦ ରେ ଏବଂ ସୋମବାର ଠାରୁ ଶୁକ୍ରବାର ଯାଏଁ ରାତି ୧୦.୩୦ କଲର୍ସରେ । ଭିଡିଓରେ ସଲମାନ ଖାନଙ୍କୁ ଜଙ୍ଗଲରେ ଦେଖିବାକୁ ମିଳିଥିଲା । ସଲମାନ ମଶା ରାକେଟରେ ମଶାମାନଙ୍କୁ ମାରୁଥିବାର ଦେଖିବାକୁ ମିଳିବ ।

wp:html
/wp:html

 ଏହା ସହ ଏହି ଭିଡିଓରେ ଥିବା କ୍ୟାପସନ଼୍‌ରେ ଲେଖା ହୋଇଛି - 'ପ୍ରତ୍ୟେକ ସିଜିନ୍‌ରେ ଏକ ନୂଆ ମୋଡ଼ ଆସେ,  ହେଲେ ବିଗ୍ ବସ୍ର ଏହି ସିଜିନ୍‌ରେ ମଧ୍ୟ ସଦସ୍ୟମାନଙ୍କ ପାଇଁ ନୂଆ ସମସ୍ୟା ଆଣିବ । ଯାତ୍ରା ତ ସେମାନଙ୍କର ହେବ, ହେଲେ ମନୋରଞ୍ଜନ ଆମର ହେବ । କିନ୍ତୁ ସେୟାର ହୋଇଥିବା ଏହି ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି - 'ବହୁତ ଉତ୍ସାହିତ।' ଅନ୍ୟ ଜଣେ କହିଛନ୍ତି କି  'ମେଗା ମାଷ୍ଟର ସଲମାନ ଖାନ 'ଶୀଘ୍ର ଆସ, ଅପେକ୍ଷା କରି ହେବ ନାହିଁ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.