Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠାରୁ ଆରମ୍ଭ ହେବ ବିଗ୍‌ବସ୍‌-୧୫ ଗ୍ରାଣ୍ଡ ପ୍ରିମିୟର : ଥିମ୍‌ରୁ ନେଇ ଟାଇମ୍‌ ପର୍ଯ୍ୟନ୍ତ ଜାଣନ୍ତୁ ସବୁ କିଛି …

2/10/2021 at 3:32 PM

ମୁମ୍ବାଇ ୦୨/୧୦:  କଲର୍ସ ଟିଭିର ଲୋକ ପ୍ରିୟ  ଶୋ ‘ବିଗ୍ ବସ୍ ୧୫’ ଆରମ୍ଭ ହେବାରେ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ଏଥର ଶୋ’ର ଥିମ୍ ରହିଛି ଜଙ୍ଗଲ । ଯାହା କି ବହୁତ ଆକର୍ଷଣୀୟ ଲାଗୁଛି । ତେବେ ଶୋ ଆରମ୍ଭ ହେବା ପୁର୍ବରୁ ସଲମାନ ଖାନଙ୍କ ଏହାର ଟିଜରରେ କିଛି ସୁନ୍ଦର ସୁନ୍ଦର ଜିନିଷ ଦେକିବାକୁ ମିଳିଥିଲା । ତେବେ ବିଗ୍ ବସ୍ ଘରର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ପ୍ରଶଂସକମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ବଢ଼ି ଯାଇଛି। ଶୋ’ରେ ପ୍ରତିଯୋଗୀମାନଙ୍କ ପ୍ରବେଶ ପୂର୍ବରୁ ନିର୍ମାତା ଗଣମାଧ୍ୟମକୁ ଘର ଭିତରକୁ ଏଣ୍ଟି୍ ଦେଇ ଦେଇଛନ୍ତି। ସେଠାରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପୂରା ଘରର ଝଲକ ଦେଖିବାକୁ ମିଳୁଛି ।

ପ୍ରସିଦ୍ଧ ପ୍ରଡକ୍ସନ ଡାଇରେକ୍ଟର ଓମଙ୍ଗ କୁମାରଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏହି ବିଗ୍‌ ବସ୍‌ ଘର ମୁମ୍ବାଇର ଫିଲ୍ମ ସିଟିରେ ପ୍ରସ୍ତୁତ କରାଯାଇଛି। ଥିମ୍‌ର ବିଷୟବସ୍ତୁ ଘର ଭିତରେ ପ୍ରତିଫଳିତ ହେଉଛି। ରୋଷେଇ ଘର ନିକଟରେ ଅନେକ ସବୁଜ ଜିନିଷ ସବୁ ରଖାଯାଇଛି। ଶୟନ କକ୍ଷ ଅଞ୍ଚଳ ଦେଖିବାରେ ବହୁତ ବିଳାସପୂର୍ଣ୍ଣ ରହିଛି। ଭିଡିଓଟିକୁ ଫଟୋଗ୍ରାଫର ଭାଇରାଲ ଭାୟାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ତେବେ ଏଥର ଶୋରେ ଦେଖିବାକୁ ମିଳିବ କେତେକ ନୂଆ ମୁହଁ ତ ଆଉ କେତେକ ପୂରୁଣା ମୁହଁକୁ । କିନ୍ତୁ ଏଥର  ଶୋରେ ଦେଖିବାକୁ ମିଳିବ ଧମାକାଧାର ଟ୍ବିଷ୍ଟ ।‘ବିଗ୍ ବସ୍ ୧୫’ ଅକ୍ଟୋବର ୨ ଅର୍ଥାତ୍‌ ଆଜି ରାତି ୯ଟା ୩୦ରେ କଲର୍ସ ଚ୍ୟାନେଲରେ ପ୍ରସାରଣ ହେବ । ଶନିବାର ଏବଂ ରବିବାର ଦିନ ଏହି  ରାତି ୯ଟା ୩୦ରେ ଟେଲିକାଷ୍ଟ ହେବ। ଏହା ସୋମବାରରୁ ଶୁକ୍ରବାର ଏହାକୁ ଆପଣ ରାତି ୧୦ଟା ୩୦ରେ ଦେଖିପାରିବେ ।

   Related Posts