୧୬ ବର୍ଷ ବୟସରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ରଶ୍ମୀ ଦେଶାଇ, ମା’ କିନ୍ତୁ ଦେଇଥିଲେ କଡା ଜବାବ

Published By : Prameya-News7 Bureau | March 03, 2020 IST

ମୁମ୍ବାଇ ମାର୍ଚ୍ଚ ୦୩:  ବିଗବସ୍-୧୩ର ପ୍ରତିଯୋଗୀ ରଶ୍ମୀ ଦେଶାଇ କାଷ୍ଟିଂ କାଉଚକୁ ନେଇ ନିଜର ଅଭିଜ୍ଞତା ବାବଦରେ ଏକ ସାକ୍ଷାତକାରରେ କହିଛନ୍ତି। କିପରି ସେ ୧୬ ବର୍ଷ ବୟସର ହୋଇଥିବା ବେଳେ ଗ୍ଲାମର୍ ଇଣ୍ଡଷ୍ଟ୍ରୀରେ ସାମିଲ ହୋବାକୁ ଚାହିଁଥିଲେ  ଓ ଏହାର ଫାଇଦା ଉଠାଇ ଜଣେ ବ୍ୟକ୍ତି କିପରି ମାଡ ଖାଇଥିଲେ ତାହା ସେ ପ୍ରକାଶ କରିଛନ୍ତି।

{"id":232213,"width":753,"height":409,"sizeSlug":"large"}

ରଶ୍ମୀ କହିଛନ୍ତି ଯେ, ଦିନେ ଏପରି ସମୟ ଥିଲା ଯେତେବେଳେ କାଷ୍ଟି କାଉଚର ଶିକାର ନହେଲେ କାମ ମିଳୁନଥିଲା। ସୁରଜନାମରେ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ। ପ୍ରଥମ ଦେଖାରେ ସେ ତାଙ୍କୁ ଅନେକ ଅଶ୍ଲୀଳ ଆକ୍ଷେପ କରିଥିଲେ। ଯାହା ତାଙ୍କୁ ପସନ୍ଦ ଆସିନଥିଲା। ପ୍ରଥମ ବ୍ୟକ୍ତି ଭାବେ ସୁରଜ ତାଙ୍କଠୁ ଫାଇଦା ନେବାକୁ ଚାହିଁଥିଲେ। ଦିନେ ସୁରଜ ଏକ ଅଡିସନକୁ ଡାକି ତାଙ୍କୁ ନିଶା ସେବନ କରିବାକୁ ଦେଇଥିଲେ। କିନ୍ତୁ ସେଠାରେ ସେ ପହଁଚିବା ପରେ କ୍ୟାମେରା କିମ୍ବା ଆଉ କେହି ନଥିଲେ। ବହୁ କଷ୍ଟରେ ସେ ସେଠାରୁ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ।

{"id":232214,"width":749,"height":421,"sizeSlug":"large"}

ରଶ୍ମୀ ଆହୁରି କହିଛନ୍ତି ଯେ, ଏତେ ସବୁ ହେଲା ପରେ ତାଙ୍କ ମା’ ବଲିଉଡ୍ ଜଗତରେ କାମ କରିବା ପାଇଁ ତାଙ୍କୁ ମନା କରିଥିଲେ। ପରେ ତାଙ୍କ ମା’ ସୁରଜଙ୍କୁ ଏକ ରେଷ୍ଟୁରାଣ୍ଟକୁ ଡାକିଥିଲେ। ଏପରିକି ତାଙ୍କୁ ଏକ ଶକ୍ତ ଚାପୁଡା ମଧ୍ୟ ମାରିଥିଲେ। ଝିଅ ସହ ଆଉ କିଛି ଖରାପ କଲେ ଏହାକୁ ମନେ ରଖିବ ବୋଲି ମା’ ସୁରଜକୁ କହିଥିବା ରଶ୍ମୀ କହିଛନ୍ତି।

{"id":232255,"sizeSlug":"large"}

ସୂଚନାଯୋଗ୍ୟ, ରଶ୍ମୀ ବିଗବସ୍-୧୩ରେ ଫାଇନାଲିଷ୍ଟ୍ ରହିଥିଲେ। ସେ ଉତରନରେ କାମ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏହା ସହ ତାଙ୍କ ଚର୍ଚ୍ଚିତ ସୋ' 'ଦିଲସେ ଦିଲ ତକ' ଗତ ବର୍ଷ ଶେଷ ହୋଇଛି। ଏହି ଧାରାବାହିକକୁ ଦର୍ଶକ ଏବେ ମଧ୍ୟ ମନେ ପକାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.