ବିଗ୍‌ବସ୍ ୧୩ ଶୋ’ର ରନର୍ସଅପ୍‌ ଆସିମ୍‌ ମାରିଲେ ବାଜି… ଶାହରୁଖଙ୍କ ଝିଅ ସହ କରିବେ ଅଭିନୟ

Published By : Prameya-News7 Bureau | February 17, 2020 IST

ମୁମ୍ବାଇ୧୭|୨: ବିଗ୍‌ବସ୍‌ ୧୩ର ସବୁଠୁ ଲୋକପ୍ରିୟ ପ୍ରତିଯୋଗୀ ଆସିମ୍‌ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ସିର୍ଦ୍ଧାର୍ଥ ବିଜେତା ହେବା ପରେ ଆସିମ୍‌ଙ୍କ ଫ୍ୟାନ୍ସ ବିଗ୍‌ବସ୍‌ ନିର୍ମାତାମାନଙ୍କର ବହୁତ ଟ୍ରୋଲ କରୁଛନ୍ତି। ସିର୍ଦ୍ଦାର୍ଥଙ୍କୁ ଫିକ୍ସଡ୍‌ ୱିନର ବୋଲି କୁହାଯାଉଛି। ତେବେ ଆସିମ୍‌ଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ରହିଛି। ଖୁବ ଶୀଘ୍ର ଆସିମ୍‌ଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ବିଗ୍‌ବସ୍‌ ହାଉସରେ ଆସିମ୍‌ଙ୍କୁ ଅନେକ ଲୋକ ପସନ୍ଦ କରୁଥିଲେ।

{"id":225415,"width":582,"height":363,"sizeSlug":"large"}

ଏବେ ଆସିମ୍‌ଙ୍କ ବଲିଉଡ ଡେବ୍ୟୁ ନେଇ ଅନେକ ଚର୍ଚ୍ଚା ହେଉଛି। ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଆସିବେ। ରିପୋର୍ଟ ଅନୁସାରେ କରନ ନିଜ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ୟିଅରରେ ଶାହରୁଖଙ୍କ ଝିଅ ସୁହାନାଙ୍କୁ ଲଞ୍ଚ କରିବେ। ଏହି ଫିଲ୍ମରେ ସୁହାନାଙ୍କ ସହ ଆସିମ୍‌ ନଜର ଆସିବେ। କରନ୍‌ଙ୍କ ଫିଲ୍ମରୁ ଡେବ୍ୟୁ କଲେ ଏହା ଆସିମ୍‌ଙ୍କ ପାଇଁ ନିଜ କ୍ୟାରିଅରର ସବୁଠୁ ବଡ ସଫଳତା ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.