ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କରୋନା ଲଢେଇରେ ବଡ ସଫଳତା, ଦେଶରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଲୋକ ଲଗାଇଲେ ଟିକା

27/08/2021 at 11:26 PM

ନୂଆଦିଲ୍ଲୀ ୨୭।୦୮: ବିଳମ୍ବ ହେଲେ ମଧ୍ୟ ଦେଶ କରୋନା ବିରୋଧୀ ଲଢେଇରେ ଗତି ହାସଲ କରିଛି, ଯାହା ମହାମାରୀକୁ ଶୀଘ୍ର ସମାପ୍ତ କରିବା ଏବଂ ସଭିଙ୍କୁ ଶୀଘ୍ର ସୁରକ୍ଷିତ କରିବା ପାଇଁ ଅତି ଜରୁରୀ। ଦେଶରେ ଶୁକ୍ରବାର ରେକର୍ଡ ଏକ କୋଟିରୁ ଅଧିକ ଲୋକ କରୋନା ଟିକା ନେଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ଵିଟ୍ କରି ଏହାର ସୂଚନା ଦେବା ପରେ ଏହାର ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୧୭ରେ ଦେଶରେ ସର୍ବାଧିକ ୮୮ ଲକ୍ଷ ଲୋକ ଟିକା ନେଇଥିଲେ।

ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ଉପଲବ୍ଧିର ଘୋଷଣା କରି ଟ୍ଵିଟ୍ କରିଛନ୍ତି ଯେ, ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସ, ସବକା ପ୍ରୟାସ। ଏହା ହେଉଛି ସେହି ପ୍ରୟାସ ଯେଉଁଥିରେ ଦେଶରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଲୋକ କରୋନା ଟିକା ଦେଇ ରେକର୍ଡ କରିଛନ୍ତି। ସ୍ଵାସ୍ଥ୍ୟକର୍ମୀଙ୍କ ଅକଥନୀୟ ପରିଶ୍ରମ ଓ ପ୍ରଧାନମନ୍ତ୍ରୀଙ୍କ ସମସ୍ତଙ୍କୁ ମାଗଣାରେ ଭ୍ୟାକ୍ସିନ ଦେବାର ଦୃଢ ସଙ୍କଳ୍ପ କାର୍ଯ୍ୟରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉପଲବ୍ଧିରେ ଖୁସି ପ୍ରକାଶ କରି କହିଛନ୍ତି, ଆଜି ରେକର୍ଡ ଟିକାକରଣ  ! ଏକ କୋଟି ଅତିକ୍ରମ କରିବା ଏକ ମହତ୍ଵପୂର୍ଣ୍ଣ ଉପଲବ୍ଧି। ଟିକା ନେଇଥିବା ଏବଂ ଅଭିଯାନକୁ ସଫଳ କରୁଥିବା ଲୋକଙ୍କୁ ଅଭିନନ୍ଦନ।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନଯାୟୀ, ଶୁକ୍ରବାର ମୋଟ୍ ଏକ କୋଟି ୬୪ ହଜାର ୩୨ ଜଣ କରୋନା ଟିକା ଲଗାଇଛନ୍ତି। ଏଥିସହ ଦେଶରେ ଏ ପର୍ଯ୍ୟନ୍ତ ମୋଟ୍ ୬୨, ୧୭, ୦୬, ୮୮୨ ଡୋଜ୍ ଦିଆଯିବା ସରିଛି। ୪୮,୦୮,୭୮, ୪୧୦ ଜଣ ଟିକାର ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୧୪, ୦୮, ୨୮, ୪୭୨ ଜଣ ଡବଲ ଡୋଜ୍ ନେଇ ସାରିଛନ୍ତି।

   Related Posts