ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା, ଜଣେ ମହିଳା ନକ୍ସଲ ଗିରଫ

Published By : Prameya-News7 Bureau | April 21, 2024 IST


ନବରଙ୍ଗପୁର 21/04: ନବରଙ୍ଗପୁର ପୋଲିସ ଦ୍ୱାରା ଜଣେ ଆହତ ମହିଳା ନକ୍ସଲ ଗିରଫ। ଗିରଫ ନକ୍ସଲକୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଏକାୱାରି ଗ୍ରାମରୁ ଜଣେ ଆହତ ମହିଳା ମାଓବାଦୀଙ୍କୁ ଗିରଫ କରିଛି। ଗୁଇନ୍ଦା ରିପୋର୍ଟ ଆଧାରରେ ଏକାୱାରି ଗ୍ରାମରେ ନବରଙ୍ଗପୁର ପୋଲିସର ଗୁଇନ୍ଦା ବିଭାଗର ଟିମ୍ଦୁଇଟି  ଏସଓଜି ଟିମ୍ ଓ ଗୋଟିଏ ଡିଭିଏଫ ଟିମ ସହ ୨୧ଜଣ ନବରଙ୍ଗପୁର ପୋଲିସ ଟିମ୍ ର ସଦସ୍ୟଙ୍କ ସହ ଗୋଟିଏ ବାଟାଲିଆନ ସିଆରପିଏଫ ଟିମ୍ କୁ ବ୍ୟାକଅପ  ଅପରେସନ ପାଇଁ ରଖାଯାଇ ଏକ ସ୍ୱତନ୍ତ୍ର ନକ୍ସଲବିରୋଧୀ  ଅଭିଯାନ ଆରମ୍ଭ କରିଥିଲେ ।   


ଅପରେସନ ସମୟରେ ଛତିଶଗଡ଼ ରାଜ୍ୟ ଏକୱାରି ଗ୍ରାମରୁ ଏକ ଘର ମଧ୍ୟରୁ ଜଣେ ମହିଳା ନକ୍ସଲଙ୍କୁ ଗିରଫ କରିଛି ।  ମ୍ୟାଙ୍ଗ ନୁରେଟି (ସିନ୍ଧୁ )ନାମକ ଜଣେ ଆହତ ମହିଳା କ୍ୟାଡର ମାଓବାଦୀ ଙ୍କୁ ଗିରଫ କରିଛି । ଗିରଫ ମହିଳା ମାଓବାଦୀଙ୍କ ବୟସ ୨୫ ବର୍ଷ। ସେ ଗତ ୧୨ତାରିଖରେ ହୋଇଥିବା କରିପାନୀ ଓ ଏକୱାରି ଗାଁ ନିକଟରେ ହୋଇଥିବା ପୋଲିସ ନକ୍ସଲ ଗୁଳିବିନିମୟରେ ସାମିଲ ଥିବା ପୋଲିସ ତଦନ୍ତରୁ ଜାଣିପାରିଛି । ସେ ଗତ ୨୦୨୧ ମସିହାରୁ ସୀତା ନଦୀ ଏରିଆ କମିଟିର ଦୀପକ ମାଣ୍ଡଭି (ଅରୁଣ ) ନାମକ ନକ୍ସଲ ନେତୃତ୍ୱରେ   ସେ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି । ଗିରଫ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ସେ ମହିଳା ମାଓବାଦୀଙ୍କୁ ଛତିଶଗଡ଼ର ଧମନ୍ତରୀ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରିଛନ୍ତି । ସେ ଅନ୍ୟ କେଉଁ ନକ୍ସଲ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଅଛି ସେ ନେଇ ତଦନ୍ତ ଚାଲିଥିବା ସୂଚନା ମିଳିଛି । ତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.