ବେଆଇନ ଦେଶୀ ମଦ ଭାଟିଉପରେ ଚଢ଼ାଉ, ୧୨୦୦ ଲିଟର ଦେଶୀ ମଦ ଜବତ

Published By : Prameya-News7 Bureau | February 23, 2024 IST

କଣାସ ୨୩/୦୨: ସତ୍ୟବାଦୀ ପୋଲିସର ବଡ଼ ସଫଳତା । ବେଆଇନ ଚୋରି ଦେଶୀ ମଦ ଭାଟି ଉପରେ ଚଢ଼ାଉ । ୧୨୦୦ ଲିଟର ଦେଶୀ ମଦ ଜବତ । ସାକ୍ଷୀଗୋପାଳ ଷୋଳହଳ ଗାଁରେ ହେଉଥିଲା ବେଆଇନ ଦେଶୀ ମଦ ପ୍ରସ୍ତୁତି ହେଉଥିଲା । ପୁରୀ ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ ମଦ ମାଫିଆ । ସେମାନଙ୍କୁ ଧରିବାରେ ଅବକାରୀ ବିଭାଗ ଫେଲ ମାରିଥିବା ବେଳେ ଅନେକ ମଦବେପାରୀଙ୍କୁ ସତ୍ୟବାଦୀ ପୋଲିସ କାବୁ କରିଛି ।

ବିଶେଷ ସୂତ୍ରରୁ ଷୋଳହଳ ଗାଁର କେନାଲ ପଠାରେ ଦେଶୀ ମଦ ରନ୍ଧାହୋଇ ବିକ୍ରି ହେଉଥିବାର ଖବର ପାଇ IICଙ୍କ ନେତୃତ୍ବରେ ପୋଲିସ ସଦଳେ ବଳେ ଚଢ଼ାଉ କରିବାରେ ଅଭିଯୋଗକାରୀ ପୋଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ ଘଟଣା ସ୍ଥଳରୁ ବିପୁଳ ପରିମାଣର ମଦ ତିଆରି ପାଇଁ ପ୍ଲାଷ୍ଟିକ ଜାର୍କିନରେ ଗଛିତ ଥିବା ପୋଚ (୧୨୦୦ LTR) ସହିତ ଅନ୍ୟାନ ଆନୁସଙ୍ଗିକ ଜିନିଷପତ୍ର ଯଥା ୟୁରିଆ ସାର, ଗୁଡ, ରସ ହାଣ୍ଡି ଇତ୍ୟାଦି ଜବତ କରାଯାଇଛି । ସମସ୍ତ ଜବତ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି । ଘଟଣାରେ ସମ୍ପୃକ୍ତ ଅଭିଯୋଗକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

you can also read....

wp:embed {"url":"https://www.prameyanews7.com/ganza-destroy-by-police-at-lamtaput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ganza-destroy-by-police-at-lamtaput/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.