scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ରାକରେ ଖସିଲା ପଥର ଓ ମାଟି ଅତଡ଼ା, ଅଧାରାସ୍ତାରେ ଅଟକିଛି ଏକ୍ସପ୍ରେସ୍‌

24/09/2023 at 9:23 AM

କୋରାପୁଟ ୨୪।୦୯ : ପାହାଡରୁ ଖସି ଟ୍ରାକରେ ପଡିଲା ମାଟି ଅତଡା ଏବଂ ପଥର । ଯାହାଫଳରେ କୋରାପୁଟରେ ଟ୍ରେନ୍‌ ଚଳାଚଳା ବାଧାପ୍ରାପ୍ତ ହୋଇଛି । ଏପିରିକି ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍‌ ଅଧାରାସ୍ତାରେ ଅଟକି ରହିଛି ।

ଖବର ଅନୁଯାୟୀ, କୋରାପୁଟ ମାବାରରରୁ ଜରଟି ଷ୍ଟେସନ ମଧ୍ୟରେ ଥିବା ପାହାଡ଼ରୁ ରବିବାର ସକାଳେ ହଠାତ୍‌ ମାଟି ଅତଡ଼ା ଏବଂ ପଥର ଖସିଥିଲା । ଉଭୟ ମାଟି ଓ ପଥର ରେଳଓ୍ୱେ ଟ୍ରାକରେ ପଡିରହିଥିଲା ।  ଯାହାଫଳରେ ଟ୍ରେନ୍‌ ଚଳାଚଳା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଜଗଦଲପୁର –ବିଶାଖାପାଟଣା ଏକ୍ସପ୍ରେସ୍‌ ଅଧାରାସ୍ତାରେ ଅଟକି ରହିଛି ।

ସେହିପରି ଏହାର ପ୍ରଭାବରେ ନିକଟସ୍ଥ ଷ୍ଟେସନରେ ମଧ୍ୟ ପଡିଛି । କିଛି ଟ୍ରେନ୍‌ ବିଳମ୍ବରେ ଯାତ୍ରା କରୁଥିବା ଜଣାପଡିଛି । ତେବେ ଦୁର୍ଘଟଣା ସଂପର୍କରେ ସୂଚନା ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି ।

ଆହୁରି ପଢନ୍ତୁ :

   Related Posts