ଲଗାଣ ବର୍ଷା ଯୋଗୁଁ ପାହାଡରୁ ବିରାଟ ପଥର ଖସି କେମିତି ରାସ୍ତା ଅବରୋଧ କରୁଛି ଦେଖନ୍ତୁ ଲାଇଭ୍‌ ଭିଡିଓ , ପୁଟାସିଂ- ଗୁଣୁପୁର ରାସ୍ତାରେ ଯାତାୟାତ ଠପ୍‌

Published By : Prameya-News7 Bureau | October 24, 2019 IST

ଗୁଣୁପୁର ୨୪|୧୦: ଲଘୁଚାପ ଜନିତ  ଲଗାଣ ବର୍ଷାର ପ୍ରଭାବରେ ରାୟଗଡ଼ ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଙ୍ଗ ପଞ୍ଚାଯତ ବିଶେଷ ପ୍ରଭାବିତ ହୋଇଛି । ଲଗାଣ ବର୍ଷାର ପ୍ରଭାବରେ ପୁଟାସିଙ୍ଗ ଥାନା ଅନ୍ତର୍ଗତ ରେଜିଙ୍ଗତାଲ ଗ୍ରାମ ନିକଟ ପାହାଡ଼ରୁ ଏକ ବିରାଟ ପଥର ଖସି ରାସ୍ତାର ମଧ୍ୟ ଭାଗରେ ଅଟକି ଯିବା ଫଳରେ ରାସ୍ତା ଅବରୋଧ ହୋଇଛି

{"id":174234}

ଫଳରେ ପୁଟାସିଙ୍ଗ ଠାରୁ  ଗୁଣୁପୁର ରାସ୍ତା ରେ ଯାତାୟାତ ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଦୁଇ ଚକିଆ ତଥା ଚାରି ଚକିଆ ଜାନ ଗୁଡିକ  ଅଟକିବା ସହ ଲୋକଙ୍କୁ ନାହି ନଥିବାର ଅସୁବିଧା ର ସମୁଖୀନ ହେବାକୁ ପଡିଛି ।

{"id":174235}

ରାସ୍ତା ଅବରୋଧ ହେବା ଫଳରେ ମୁଖ୍ୟତଃ ଗୁଣୁପୁର ବ୍ଲକର ପୁଟାସିଙ୍ଗ ଓ  ଶଗଡା ପଞ୍ଚାଯତର ଲୋକେ  ବିଶେଷ ପ୍ରଭାବିତ ହୋଇଛନ୍ତି । ଅପର ପକ୍ଷରେ ଖବର ପାଇ ଗୁଣୁପୁର ବ୍ଲକ ପ୍ରଶାସନ ଓ ପୁଟାସିଙ୍ଗ ଥାନା ଅଧିକାରୀ ଘଟନା ସ୍ତଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

{"id":174236}

ଯଥା  ଶୀଘ୍ର ରାସ୍ତା ରୁ ପଥର ହଟାଯିବା ସହ ଯାତାୟାତ ସ୍ଵାଭାବିକ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ପୁଟାସିଙ୍ଗ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.