Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

WTC ଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଦଳରୁ ବାଦ୍ ପଡ଼ିଲେ ଦ୍ରୁତ ବୋଲର ଜୋସ ହେଜେଲଉଡ଼

4/06/2023 at 6:03 PM

ନୂଆଦିଲ୍ଲୀ: ଜୁନ ୭ ତାରିଖରୁ ଲଣ୍ଡରନ ଦ ଓଭାଲ ମଇଦାନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ର ମୁକାବିଲା ଖେଳାଯିବ। ଏହା ପୂର୍ବରୁ କଙ୍ଗାରୁ ଦଳକୁ  ଲାଗିଛି ବଡ଼ ଝଟକା। ଦଳର ତାରକା ଦ୍ରୁତ ବୋଲର ଜୋସ ହେଜେଲଉଡ ଆହତ କାରଣରୁ ଡବ୍ଲ୍ୟୁଟିସି ଫାଇନାଲ୍‌ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ମାଇକେଲ୍ ନେସରଙ୍କୁ ଦଳରେ ସାମିଲ୍ କରାଯାଇଛି।

Josh Hazlewood Turns 32: Top 5 Most Devastating Bowling Spells by  Australian Pacer

ଆହତ ସମସ୍ୟା କାରଣରୁ ଜୋସ ହେଜେଲଉଡ ଆଇପିଏଲ୍ ୨୦୨୩ ଖେଳି ପାରିନଥିଲେ। ମାତ୍ର ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଠିକ୍ ପୂର୍ବରୁ ସେ ଫିଟ୍ ଘୋଷିତ ହୋଇଥିଲେ। ହେଲେ ଆହତଜନିତ ସମସ୍ୟା କାରଣରୁ ଡବ୍ଲ୍ୟୁଟିସି ଫାଇନାଲ୍‌ରୁ ହେଜେଲଉଡ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ୩୩ ବର୍ଷୀୟ ମାଇକେଲ୍ ନେସର ଅଷ୍ଟ୍ରେଲିଆ ପକ୍ଷରୁ ୨ଟି ଦିନିକିଆ ଏବଂ ୨ଟି ଟେଷ୍ଟ ଖେଳିଛନ୍ତି। ସେ ନିକଟରେ ଇଙ୍ଗ୍ଲିସ କଣ୍ଟ୍ରି ଚାମ୍ପିଅନଶିପରେ ଗ୍ଲେମରଗନ ପାଇଁ ଉନ୍ନତ ପ୍ରଦର୍ଶନ କରିଛନ୍ତି। ସେ ୫ଟି ମ୍ୟାଚ୍‌ରେ ୧ ଓ୍ଵିକେଟ୍ ନେବା ସହ ସସେକ୍ସ ବିପକ୍ଷରେ ଶତକ ଅର୍ଜନ କରିଥିଲେ।

You can also read- WTC ଫାଇନାଲ୍; SG ନୁହେଁ ଡ୍ୟୁକ୍ ବଲରେ ଖେଳାଯିବ ମ୍ୟାଚ୍

ଫାଇନାଲ୍‌ ମୁକାବିଲାରେ ଅଷ୍ଟ୍ରେଲିଆ ଦଳରେ ତୃତୀୟ ବୋଲର ହିସାବରେ ନେସର ଏବଂ ସ୍କଟ ବୋଲାଣ୍ଡଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିପାରେ। ବୋଲାଣ୍ଡ ଅଷ୍ଟ୍ରେଲିଆ ପକ୍ଷରୁ କେବଳ ୭ଟି ଟେଷ୍ଟ ଖେଳିଥିଲେ ହେଁ ୧୩.୪୨  ହାରରେ ୨୮ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପଟେ ହେଜେଲ         ଡ ଜୁନ ୧୬ରୁ ବର୍ମିଂଘମରେ ଆରମ୍ଭ ହେବାକୁ ଥିବା ଆସେସ୍ ସିରିଜ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।

You can also read- ଲଞ୍ଚ୍ ହେଲା ଟିମ୍‌ ଇଣ୍ଡିଆର ନୂଆ ଜର୍ସି, କ୍ରିକେଟ୍‌ର ୩ ଫର୍ମାଟ୍ ପାଇଁ ଅଲଗା ଅଲଗା ଭାବେ ତିଆରି ହୋଇଛି

   Related Posts