ରିଅଲିଟି ଶୋ’ରୁ ବଡ଼ ପରଦା
14/08/2018 at 6:24 AM

ଓଲିଉଡପ୍ରେମୀଙ୍କ ପାଇଁ ଏଥର ଆସୁଛି ଏକ ଡ୍ୟାନ୍ସ ଡ୍ରାମା। ଏହି ଡ୍ୟାନ୍ସ ଡ୍ରାମା ପୁଣି ଆଉ କାହାର ନୁହେଁ, ଏହା ହେଉଛି ଇଣ୍ଡିଆର ଚର୍ଚ୍ଚିତ ଡ୍ୟାନ୍ସ ଗ୍ରୁପ ଓନର କ୍ରିଷ୍ଣାଙ୍କର। ମୁଭିର ଟିଜର ପୂର୍ବରୁ ରିଲିଜ ହୋଇଯାଇଛି। ଆଉ ଏହାକୁ ସୋସିଆଲ ସାଇଟରେ ଭଲ ରେସପଣ୍ଡ ମଧ୍ୟ ମିଳିଛି। ଏବେ ରିଲିଜ କରାଯାଇଛି ଏହାର ଫୁଲ ଟ୍ରେଲର। ଏହି ଟ୍ରେଲର ଦର୍ଶାଇଛି କ୍ରିଷ୍ଣା ନାମକ ଏହି ଚର୍ଚ୍ଚିତ ଡ୍ୟାନ୍ସରଙ୍କ ଜୀବନ ସଂଘର୍ଷର ସମସ୍ତ କାହାଣୀ। ଏକ ଚର୍ଚ୍ଚିତ ଟିଭି ଚ୍ୟାନେଲରେ ପପୁଲାର ରିଅଲିଟି ଶୋ’ର ବିଜେତା ହେବାର ତାଙ୍କର ସମସ୍ତ ଜର୍ଣ୍ଣିକୁ ବେଶ୍ ନିଖୁଣ ଭାବରେ ଏହି ମୁଭିରେ ଦର୍ଶାଯାଇଛି। ମୁଭିର କାହାଣୀ ଲେଖିବା ସହ ଏହାର ମ୍ୟୁଜିକ୍,ପ୍ରଡକ୍ସନ ଆଦିର ଦାୟିତ୍ବ ମଧ୍ୟ ତୁଲାଇଛନ୍ତି କ୍ରିଷ୍ଣା। ଖୁବ୍ଶୀଘ୍ର ଏହି ମୁଭି ଓଲିଉଡପ୍ରେମୀଙ୍କୁ ଏଣ୍ଟରଟେନ୍ କରିବାକୁ ଆସୁଛି। ଆଉ ଏହାକୁ ଦେଖିବାକୁ କେବଳ ଫିଲ୍ମପ୍ରେମୀ ନୁହଁ ସମସ୍ତ ଡ୍ୟାନ୍ସ ଓ ମ୍ୟୁଜିକ୍ ଲଭର ମଧ୍ୟ ଏହି ମୁଭିକୁ ନେଇ ଏକ୍ସାଇଟେଡ୍ ନଜର ଆସୁଛନ୍ତି।