Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଷାକ୍ତ କେମିକାଲରେ ତିଆର ହେଉଛି ‘ମଦ’, ଢ଼ୋକେ ପିଇଲେ ପାଞ୍ଚ ମିନିଟରେ ହେବ ମୃତ୍ୟୁ, ପୋଲିସ କଲା ପ୍ରକୃତ ଘଟଣାର ପର୍ଦ୍ଦାଫାଶ

13/10/2019 at 5:07 PM

ସହାରନପୁର୧୩|୧୦: ବିଷାକ୍ତ ମଦ ପିଇ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ପୋଲିସ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛି।  ସହାରନପୁର ଅଞ୍ଚଳରେ ବିଷାକ୍ତ ମଦ ସପ୍ଲାଏକୁ ପୋଲିସ  ଧରିଛି । ଏହି ଘଟଣା ସଂପର୍କରେ ସୂଚନା ପାଇବା ପରେ ମେରଠ୍‌ ପୋଲିସ ବିଷାକ୍ତ ମଦ ତିଆରିର ପର୍ଦ୍ଦାଫାଶ କରିଛି। ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଚଢ଼ଉ ବେଳେ ବିଷାକ୍ତ ମଦ ତିଆରି କରୁଥିବା ଏକ ଗ୍ୟାଙ୍ଗକୁ ପୋଲିସ କାବୁ କରିଛି। ଏହି ଘଟଣାରେ ଛାନଭିନ୍‌ କରି ବିଷାକ୍ତ କେମିକାଲରେ ତିଆରି ହେଉଥିବା ମଦକୁ  ପୋଲିସ ଜବତ କରିଛି। ପୋଲିସ କହିବା ଅନୁସାରେ ଏହି ବିଷାକ୍ତ ମଦକୁ ଯିଏ ଗୋଟେ ଢ଼ୋକ ପିଇବେ ପାଞ୍ଚ ମିନିଟ ମଧ୍ୟରେ ସେ ମରିଯିବେ।  ଏହି କେମିକାଲ ମିଶ୍ରିତ ମଦକୁ ଆଖପାଖ ଅଞ୍ଚଳ ଗୋଟେ ଗ୍ୟାଙ୍ଗ ରେ ସପ୍ଲାଏ କରୁଥିଲା।

ସୂଚନାଯୋଗ୍ୟ ​‌ଯେ ମେରଠ୍‌ ପୋଲିସ ସୂଚନା ପାଇବା ପରେ ଖାନାପୁର ବାଙ୍ଗରରେ ଅଞ୍ଚଳରେ ଚଢ଼ଉ କରିଥିଲା। ସେଠାରୁ ଏକ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ଅପମିଶ୍ରିତ ବିଷାକ୍ତ ମଦ ଏବଂ ଅନ୍ୟ କେମିକାଲ ପର୍ଦାର୍ଥକୁ ଜବତ କରିଥିଲା। ଜବତ କେମିକାଲର ଯାଞ୍ଚ ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କେମିକାଲରେ ଏତେ ମାତ୍ରାରେ ବିଷାକ୍ତ ପର୍ଦାର୍ଥ ମିଶା ହୋଇଥିଲା ଯେ ସେହି ଅପମିଶ୍ରିତ ମଦକୁ ପିଉଥିବା ବ୍ୟକ୍ତି ପାଞ୍ଚ ମିନିଟ୍ ଭିତରେ ମରି ଯିବେ। ଏହି ଅପମିଶ୍ରିତ ମଦକୁ ବୋତଲରେ ପୂରାଇ ଷ୍ଟିକରିଂ କରି ଶସ୍ତା ମୂଲ୍ୟରେ ବିକ୍ରି ହେଉଥିବା କଥା ପୋଲିସ ସୂଚନା ଦେଇଛି। ଗିରଫ ଯୁବକକୁ ପଚରାଉଚାର  କରିବା ପରେ ସେ ଅନ୍ୟମାନଙ୍କ ନାଁ କହିଥିଲା । ବିଷାକ୍ତ ମଦ ଆଡ୍ଡା ଉପରେ ପୋଲିସ ଚଢ଼ଉ କରି ପୂରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହାସହ ସଂପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି।

ଏବେ ଓଡିଶାରେ ବି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମଦ ତିଆରି କରାଯାଇ ବିକ୍ରୀ କରାଯାଉଛି । କେତକ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗ ହାତରେ ଏପରି ଲୋକ ଧରା ପଡିଛନ୍ତି । ମଦର ୟୁରିଆ, ବ୍ୟାଟେରୀ ଗୁଣ୍ଡ ଓ ଅନ୍ୟ କେତକ ବିଷାକ୍ତ ଜିନିଷ ମିଶ୍ରଣ କରାଯାଉଥିବା ଅଭିଯୋଗ ହେଉଛି । ଏପରି ମଦ ପିଇଲେ ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ କେତକ ଲୋକଙ୍କର କୀଡ୍‌ନୀ , ଲିଭର , ଅଗ୍ନାଶୟ ନଷ୍ଟ ହୋଇଯାଉଛି।

   Related Posts