ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ୱାଇନାଡ ନିର୍ବାଚନକୁ ଚାଲେଞ୍ଜ ଆବେଦନ ଖାରଜ

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ ୧୭।୧୨: ସୁପ୍ରିମକୋର୍ଟ ୨୦୧୯ କେରଳ ୱାଇନାଡ ଲୋକସଭା ଆସନରୁ ରାହୁଲଙ୍କ ନିର୍ବାଚନକୁ ଚାଲେଞ୍ଜ କରି ରୁଜୁ ପିଟିସନ ଶନିବାର ଅଗ୍ରାହ୍ୟ କରିଦେଇଛନ୍ତି। ସୁ୍ପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏ.ଏସ୍. ବୋପାନ୍ନା ଓ ଜଷ୍ଟିସ୍ ଦୀପାଙ୍କର ଦତ୍ତଙ୍କ ଦ୍ୱୀସଦସୀୟ ପୀଠ   ସରିତା ଏସ୍.ନାୟରଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। କେରଳ ହାଇକୋର୍ଟଙ୍କ ଦ୍ୱାରା ୩୧ ଅକ୍ଟୋବର ୨୦୧୯ ନିଷ୍ପତ୍ତିକୁ ଚାଲେଞ୍ଜ କରି ନାୟର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କେରଳ ହାଇକୋର୍ଟ ମଧ୍ୟ ୱାଇନାଡ ଓ ଏର୍ଣ୍ଣାକୁଲମ ଲୋକସଭା ନିର୍ବାଚନକୁ ଚାଲେଞ୍ଜ କରୁଥିବା ନାୟରଙ୍କ ପିଟିସନକୁ ଶୁଣାଣି ନିମନ୍ତେ ଅଗ୍ରାହ୍ୟ କରିଦେଇଥିଲେ। କେରଳ ହାଇକୋର୍ଟ ୨ ନଭେମ୍ବର ୨୦୨୦ରେ ଆଭିଯୋଗକାରିଣୀଙ୍କ କୋର୍ଟରେ ଅନୁପସ୍ଥିତି ଦର୍ଶାଇ ରାହୁଲଙ୍କ ନିର୍ବାଚନକୁ ଚାଲେଞ୍ଜ କରୁଥିବା ନାୟରଙ୍କ ପିଟିସନ ଅଗ୍ରାହ୍ୟ କରିଥିଲେ। ପରେ ସୁପ୍ରିମକୋର୍ଟରେ ମାମଲାର ପୁନର୍ବିଚାର ଲାଗି ଆବେଦନକାରୀ ଏକ ନିବେଦନ ରୁଜୁ କରିଥିଲେ। ମାମଲା ଶୁକ୍ରବାର ପୀଠକୁ ଶୁଣାଣି ଲାଗି ଆସିଥିବା ବେଳେ ଏହାର ପୁନର୍ବାର ଶୁଣାଣି ନିମନ୍ତେ କୋର୍ଟ ଅନୁମତି ଦେଇଥିଲେ।

ଏଥିରେ ଆବେଦନ ଶୁଣାଣି ବେଳେ ପୀଠ କହିଥିଲେ ଯେ ଆବେଦନର ଗୁଣ ଓ ଦୋଷ ଉପରେ ଆବେଦନକାରୀଙ୍କ ଓକିଲ ଯେଉଁ ତର୍କ ରଖିଛନ୍ତି  ତାହା ପରେ ପ୍ରଥମ ଆଦେଶ ଉପରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ଅନୁଭବ କରୁନାହୁଁ ବୋଲି କହିଛନ୍ତି। ଏଣୁ ବିଶେଷ ଅନୁମତି ପିଟିସନକୁ ଖାରଜ କରୁଥିବା କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧି ୨୦୧୯ ଲୋକସଭା ନିର୍ବାଚନରେ ୱାଇନାଡରୁ ରେକର୍ଡ ଭୋଟରେ ବିଜୟୀ ହୋଇଥିଲେ। ତାଙ୍କୁ ୪ଲକ୍ଷ ୩୧ ହଜାର ୭୭୦ଟି ଭୋଟ ମିଳିଥିଲା। ସେ ସିପିଆଇ ନେତା ପି.ପି.ସୁନିରଙ୍କୁ ହରାଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.