ଆଇପିଏଲରେ ଜାଡେଜାଙ୍କ ବିରଳ ରେକର୍ଡ : ପ୍ରଥମ ଖେଳାଳି ଭାବେ କରିଛନ୍ତି ୨୦୦୦ ରନ୍, ନେଇଛନ୍ତି ୧୧୦ ଓ୍ୱିକେଟ୍

Published By : Prameya-News7 Bureau | October 04, 2020 IST

ଦୁବାଇ, ୦୪|୧୦:  ଚେନ୍ନାଇ ସୁପର୍ କିଙ୍ଗସର ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ୨୦୦୦ ରନ୍ ଓ ୧୦୦ଟି ଓ୍ୱିକେଟ୍ ନେଇଥିବା ପ୍ରଥମ ଖେଳାଳି ହୋଇଛନ୍ତି ।

ଜାଡେଜା ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ୩୫ ବଲରୁ ୫୦ ରନ୍ କରିଥିଲେ । ଏହି ପାଳରେ ସେ ଦୁଇଟି ଛକା ଓ ୫ଟି ଚଉକା ଲଗାଇଥିଲେ ।

ଏହାବ୍ୟତୀତ ଜାଡେଜା ଲିଗ୍ ମ୍ୟାଚରେ ୨୦୦୦ରୁ ଅଧିକ ରନ୍ ଓ ୫୦ରୁ ଅଧିକ ଓ୍ୱିକେଟ୍ ନେଇଥିବା ଚତୁର୍ଥ କ୍ରିକେଟର । ଏହି ମାମଲାରେ ସେ ସେନ୍ ଓ୍ୱାଟସନ୍, କିରନ ପୋଲାର୍ଡ ଓ ଜ୍ୟାକ୍ କାଲିସଙ୍କ ସହ ତାଲିକାରେ ସାମିଲ ହୋଇଛନ୍ତି ।

ନିକଟରେ ଜାଡେଜା କହିଥିଲେ ଯେ, ଆଇପିଏଲ ଇତିହାସରେ ଏହି ଉପଲବ୍ଧି ହାସଲ କରିଥିବା ପ୍ରଥମ କ୍ରିକେଟର ଭାବେ ସେ ଖୁସି ଅଛନ୍ତି । ଏହା ତାଙ୍କୁ ଅଧିକ ଭଲ କରିବା ପାଇଁ ପ୍ରେରଣା ଦେବ । ଏହି ଉପଲବ୍ଧି ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ଗର୍ବିତ କରିବ ।

୩୧ ବର୍ଷୀୟ ଜାଡେଜା ଆଇପିଏଲରେ ଏବେସୁଦ୍ଧା ୧୭୬ଟି ମ୍ୟାଚ୍ ଖେଳିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ସହ ୧୦୬, ରୁଜୁରାଟ ଲାୟନ୍ସ ସହ ୨୭ ଓ କୋଚ୍ଚି ଟକ୍କର୍ସ ସହ ୧୪ ଏବଂ ରାଜସ୍ଥାନ ରୟାଲ୍ସ ସହ ୨୭ଟି ମ୍ୟାଚ୍ ଖେଳିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.