ଟି-୨୦ ବିଶ୍ଵକପ୍ ସେମି ଫାଇନାଲ୍‌ର ଟିକେଟ୍ କାଟିବେ ଏହି ୪ ଟିମ, ଗାଭାସ୍କର ଓ ଲାରା ସମେତ ୧୦ ଜଣଙ୍କ ବଡ଼ ଭବିଷ୍ୟତବାଣୀ

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ: ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ଵକପ୍। ଟୁର୍ଣ୍ଣାମେଣ୍ଟର ନବମ ସଂସ୍କରଣ ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଉଛି। ବିଶ୍ଵକପ୍ ଆରମ୍ଭ ହେବା ପୂର୍ବରୁ ବିଶେଷଜ୍ଞ ଓ ପୂର୍ବତନ ବିଶିଷ୍ଟ କ୍ରିକେଟର ଭବିଷ୍ୟତବାଣୀ କରିଥିଲେ।ଏବେ ସୁନୀଲ ଗାଭାସ୍କର  ଓ ବ୍ରାଏନ ଲାରା ସମେତ ୧୦ ପୂର୍ବତନ କ୍ରିକେଟର ଟି-୨୦ ବିଶ୍ଵକପ୍‌ର ସେମି ଫାଇନାଲିଷ୍ଟ ଦଳକୁ ନେଇ ବଡ଼ ଭବିଷ୍ୟତବାଣୀ କରିଛନ୍ତି। ଭାରତର ମହାନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଅନୁଯାୟୀ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଓ୍ଵେଷ୍ଟଇଣ୍ଡିଜ ସେମି ଫାଇନାଲ୍‌ରେ ପ୍ରବେଶ କରିବାରେ ସଫଳ ହେବେ। 

Also read: ଇଅନ ମୋର୍ଗାନ କହିଲେ କିଏ ସବୁଠୁ ଷ୍ଟ୍ରଙ୍ଗ ଟିମ୍‌, ଯିଏ ଟି-୨୦ ବିଶ୍ୱକପ୍‌ ଜିତିବାର ରହିଛି ବହୁତ୍‌ ଚାନ୍ସ...

କିନ୍ତୁ ଲାରା ନିଜ ତାଲିକାରେ ଏକ ଆଶ୍ଚର୍ଯ୍ୟଜନକ ନାଁ ରଖିଛନ୍ତି। ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକଙ୍କୁ ଲାଗୁଛି ଆଫଗାନିସ୍ତାନ ସେମି ଫାଇନାଲ୍‌ରେ ପ୍ରବେଶ କରିପାରେ। ସେ ଭାରତ, ଇଂଲଣ୍ଡ, ଓ୍ଵେଷ୍ଟଇଣ୍ଡିଜ ବ୍ୟତୀତ ଆଫଗାନିସ୍ତାନକୁ ଟପ୍-୪ଟି ଦଳରେ ରଖିଛନ୍ତି। ନଅ  ଜଣ ଏକ୍ସପର୍ଟ ଇଂଲଣ୍ଡକୁ ଏବଂ ଆଠ ଜଣ ଏକ୍ସପର୍ଟ ଅଷ୍ଟ୍ରେଲିଆକୁ ନିଜ ପସନ୍ଦର ଟିମ୍‌ରେ ସାମିଲ କରିଛନ୍ତି। ଆଉ ସମସ୍ତ ୧୦ ଏକ୍ସପର୍ଟ ଭାରତକୁ ସେମି ଫାଇନାଲ୍‌ର ପ୍ରବଳ ଦାବିଦାର ମାନିଛନ୍ତି।

ସୁନୀଲ ଗାଭାସ୍କର- ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଓ୍ଵେଷ୍ଟଇଣ୍ଡିଜ

ବ୍ରାଏନ ଲାରା- ଭାରତ, ଇଂଲଣ୍ଡ, ଓ୍ଵେଷ୍ଟଇଣ୍ଡିଜ, ଆଫଗାନିସ୍ତାନ

ଅମ୍ବତି ରାୟୁଡୁ- ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା

ମହମ୍ମଦ କୈଫ- ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ

ପଲ୍ କଲିଙ୍ଗଉଡ- ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଓ୍ଵେଷ୍ଟଇଣ୍ଡିଜ

କ୍ରିସ୍ ମରିସ- ଭାରତ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଅଷ୍ଟ୍ରେଲିଆ

ମାଥ୍ୟୁ ହେଡେନ- ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା

ଏସ୍ ଶ୍ରୀସନ୍ଥ- ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ

ଆରୋନ ଫିଞ୍ଚ- ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା

ଟମ୍ ମୁଡି- ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା

ଟି-୨୦ ବିଶ୍ଵକପ୍‌ ୨୦୨୪ରେ ଭାରତର ଗ୍ରୁପ ସିଡ୍ୟୁଲ

ଭାରତ ବନାମ ଆୟରଲାଣ୍ଡ- ଜୁନ ୫, ନ୍ୟୁୟର୍କ

ଭାରତ ବନାମ ପାକିସ୍ତାନ- ଜୁନ ୯, ନ୍ୟୁୟର୍କ

ଭାରତ ବନାମ ୟୁଏସଏ- ଜୁନ ୧୨ ନ୍ୟୁୟର୍କ

ଭାରତ ବନାମ କାନାଡ଼ା- ଜୁନ ୧୫ ଫ୍ଲୋରିଡ଼ା 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.