PNBର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ ଖବର ! ଡିସେମ୍ବର ୧ରୁ ବଦଳୁଛି ଏଟିଏମରୁ ଟଙ୍କା କାଢିବା ନିୟମ
28/11/2020 at 4:16 PM

ନୂଆଦିଲ୍ଲୀ ୨୮।୧୧: ଆପଣ ଯଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ। ଦେଶର ଦ୍ଵିତୀୟ ସବୁଠୁ ବଡ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଡିସେମ୍ବର ୧ରୁ ଏଟିଏମରୁ ଟଙ୍କା କାଢିବା ପ୍ରକ୍ରିୟାରେ ବଡ ପରିବର୍ତ୍ତନ କରିବାକୁ ଯାଉଛି। ପିଏନବି ନିଜର ଗ୍ରାହକଙ୍କୁ ଭଲ ସୁବିଧା ଏବଂ ଠକେଇରୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ଉଠାଇଛି। ବ୍ୟାଙ୍କ ଓ୍ଵାନ୍ ଟାଇମ୍ ପାସଓ୍ଵାର୍ଡ ଆଧାରିତ ଟଙ୍କା ଉଠାଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହି ନୂତନ ବ୍ୟବସ୍ଥା ୨୦୨୦ ଡିସେମ୍ବର ୧ରୁ ଆରମ୍ଭ ହେବ।
ନିୟମ ଅନୁଯାୟୀ ଏଟିଏମରୁ ଟଙ୍କା କାଢିବା ବେଳେ ଆପଣଙ୍କୁ ବ୍ୟାଙ୍କରେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଆସୁଥିବା ଓଟିପି ଦେବାକୁ ପଡିବ। ଏହି ନିୟମ ୧୦ ହଜାରରୁ ଅଧିକ ଟଙ୍କା କାଢୁଥିବା ଟ୍ରାଞ୍ଜେକ୍ସନ ଉପରେ ଲାଗୁ ହେବ। ବ୍ୟାଙ୍କ ଟ୍ଵିଟ୍ କରି ଶନିବାର ଏହାର ସୂଚନା ଦେଇଛି।
Save the dates!
— Punjab National Bank (@pnbindia) November 26, 2020
PNB 2.0 is launching OTP based cash withdrawals from 1st December 2020.
Making withdrawals easy, banking easier. pic.twitter.com/EsuXJvSTM3
ପିଏନବି ଟ୍ଵିଟ୍ କରିଛି ଯେ, ଡିସେମ୍ବର ୧ରୁ ରାତି ୮ଟାରୁ ସକାଳ ୮ଟା ମଧ୍ୟରେ ପିଏନବି ୨.୦ ଏଟିଏମରୁ ଥରୁକରେ ୧୦ ହଜାରରୁ ଅଧିକ ଟଙ୍କା କାଢିଲେ ଓଟିପି ଆବଶ୍ୟକ। ଅର୍ଥାତ ରାତିରେ ୧୦ ହଜାରରୁ ଅଧିକ ଟଙ୍କା କାଢିବା ପାଇଁ ହେଲେ ପିଏନବି ଗ୍ରାହକଙ୍କୁ ଓଟିପି ଜରୁରୀ। ଏଥିପାଇଁ ଗ୍ରାହକ ଏଟିଏମ ଗଲା ବେଳେ ସାଥିରେ ନିଜର ମୋବାଇଲ ନେଇ ଯାଆନ୍ତୁ।
କଣ ଏହି ପିଏନବି ୨.୦
ଉଲ୍ଲେଖଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସର ମିଶ୍ରଣ ଘଟିଛି। ଏହା ୨୦୨୦ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହୋଇଥିଲା। ଏହା ପରେ ଯେଉଁ ଏଣ୍ଟିଟି ଅସ୍ଥିତ୍ଵକୁ ଆସିଲା ତାକୁ ପିଏନବି ୨.୦ ନାମ ଦିଆଯାଇଛି। ବ୍ୟାଙ୍କ ଟ୍ଵିଟ୍ ଓ ମେସେଜ୍ରେ ସ୍ପଷ୍ଟ ଭାବେ କହିଛି ଯେ, ଓଟିପି ଆଧାରିତ ଟଙ୍କା ଉଠାଣ ପିଏନବି ୨.୦ ଏଟିମରେ ହିଁ ଲାଗୁ ହେବ। ଅର୍ଥାତ ଓଟିପି ଆଧାରିତ ଟଙ୍କା କାଢିବା ସୁବିଧା ପିଏନବିର ଏଟିଏମ କାର୍ଡରୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା କାଢିବା ସମୟରେ ଲାଗୁ ହେବ ନାହିଁ।