ଚୀନରୁ ଆସିଲା ଭାରତୀୟଙ୍କ ଲାଗି ଖୁସି ଖବର, ୨ ବର୍ଷ ପରେ ଡ୍ରାଗନ ହଟାଇଲା ଭିସା କଟକଣା

Published By : Prameya-News7 Bureau | June 15, 2022 IST

ନୂଆଦିଲ୍ଲୀ ୧୫।୬: କରୋନା ଭାଇରସ ମହାମାରୀ ଲାଗି ବେଜିଂ ପକ୍ଷରୁ ଜାରୀ ଭିସା କଟକଣା ପ୍ରତ୍ୟାହୃତ ହୋଇଛି। ଫଳରେ ଗତ ୨ ବର୍ଷ ହେଲା ଭାରତରେ ଅଟକି ରହିଥିବା ପେଷାଦାର ଓ ସେମାନଙ୍କ ପରିଜନଙ୍କୁ ଏବେ ଚୀନ ଭିସା ଜାରି କରିବ ବୋଲି ଘୋଷଣା କରିଛି।  ଅପରପଟେ ଚୀନ୍‌ ବିଶ୍ୱବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଆବେଦନର ମଧ୍ୟ ସମାଧାନ କରାଯାଉଛି। ଯେଉଁମାନେ ପାଠ ପଢାଲାଗି କଲେଜ ଓ ବିଶ୍ୱବିଦ୍ୟାଳୟ ଫେରିବା ନିମନ୍ତେ ଆବେଦନ କରିଥିଲେ।

ଭାରତସ୍ଥିତ ଚୀନ୍‌ ଦୂତାବାସ ୨ ବର୍ଷରୁ ଅଧିକ ସମୟ ପରେ ତାଙ୍କ କୋଭିଡ-୧୯ ଭିସା ନୀତି ନବୀକରଣ କରିଛନ୍ତି। ଏଣୁ ସବୁ କ୍ଷେତ୍ରରେ ପୁଣିଥରେ କାର୍ଯ୍ୟ ଆରମ୍ଭ କରିବାକୁ ଆଗ୍ରହୀ ଭାରତୀୟ ଏ ସମାନଙ୍କ ପରିଜନଙ୍କଠାରୁ ପୁଣି ଭିସା ଆବେଦନ ଆମନ୍ତ୍ରଣ କରାଯିବ ବୋଲି ଜଣାପଡିଛି। ଏହି ନିଷ୍ପତ୍ତି ସେହି ସବୁ ଭାରତୀୟଙ୍କ ଲାଗି ଆଶ୍ୱସ୍ତିକର ହେବ ଯେଉଁମାନେ ଗତ ୨୦୨୦ ମସିହାରୁ ସ୍ୱଦେଶ ଫେରି ଏଠାରେ କାମ ଧନ୍ଦା ନ ପାଇ ଖାଲି ହାତରେ ବସିଛନ୍ତି।

{"id":642370,"sizeSlug":"full","linkDestination":"none"}

ଚୀନ୍‌ରେ ରହୁଥିବା ଭାରତୀୟ ପେଷାଦାରମାନେ କେନ୍ଦ୍ର ବୈଦେଶିକମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭାରତରେ ଅଟକି ରହିଥିବା ପରିଜନଙ୍କୁ ଚୀନ୍‌ ଫେରିବା ଲାଗି ବେଜିଂ ଉପରେ ଚାପ ପକାଇବାକୁ ନିବେଦନ କରିଥିଲେ। ଏଥିରେ ନୂଆଦିଲ୍ଲୀସ୍ଥିତ ଚୀନ୍‌ ଦୂତାବାସ ଭାରତୀୟଙ୍କ ବ୍ୟତୀତ ଚୀନ ଓ ବିଦେଶୀ ନାଗରିକଙ୍କ ପରିଜନ ଓ ସମ୍ପର୍କୀୟ ମଧ୍ୟ ଭିସା ନିବେଦନ କରିପାରିବେ ବୋଲି କହିଛନ୍ତି। ସେହିପରି ଚୀନ୍ ନାଗରିକଙ୍କୁ ବିବାହ କରିଥିବା ଭାରତୀୟ ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ ଚୀନ୍‌ କର୍ମଚାରୀ ମଧ୍ୟ ଏଥିରେ ଲାଭବାନ ହୋଇପାରିବେ।

ତେବେ ପର୍ଯ୍ୟଟନ ଓ ବ୍ୟକ୍ତିଗତ କାରଣ ପାଇଁ ଭିସା ସେବା ଏବେବି ନିଲମ୍ବିତ ରହିବ ବୋଲି ଚୀନ୍‌ ଦୂତାବାସ ସ୍ପଷ୍ଟ କରିଦେଇଛନ୍ତି। ଦୀର୍ଘ ଆଲୋଚନା ପରେ ଚୀନ୍‌ ଗତ ଏପ୍ରିଲ ମାସରେ କିଛି ଭାରତୀୟ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟାବର୍ତ୍ତନ ଲାଗି ଭିସା ପ୍ରଦାନ ନିମନ୍ତେ ସହମତ ହୋଇଥିଲା। ଏଣୁ ଚୀନ ଫେରିବା ଲାଗି ଆଗ୍ରହୀ ଛାତ୍ରଛାତ୍ରୀଙ୍କ ବିବରଣୀ ସଂଗ୍ରହ ପାଇଁ ନୂଆଦିଲ୍ଲୀସ୍ଥିତ ଭାରତୀୟଦୂତାବାସଙ୍କୁ କହିଥିଲା।

୨୦୧୯ରେ ଚୀନ୍‌ରେ କରୋନା ଭାଇରସ ମହାମାରୀ ବ୍ୟାପିଥିଲା। ସେତେବେଳେ ଚୀନ୍‌ ଛାଡି ଚାଲିଆସିଥିବା ୨୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାରତରେ ଅଟକି ରହିଯାଇଥିଲେ। ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଚୀନ୍‌ରେ ମେଡିକାଲ ପଢୁଥିଲେ। ଦେଶରେ କରୋନା ପ୍ରସାର ପରେ ଚୀନ୍‌ ସରକାର ଭିସା କଟକଣା ଜାରି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.