ଓଡିଶାକୁ ଆସିବ ବଡ଼ ପୁଞ୍ଜିନିବେଶ ! ଦିଲ୍ଲୀରେ ଅକ୍ଟୋବର ୩ରେ ନିବେଶକ ସମ୍ମିଳନୀ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 01, 2024 IST

ଭୁବନେଶ୍ଵର: ରାଜ୍ୟକୁ ଶିଳ୍ପପତିଙ୍କୁ ଆକୃଷ୍ଠ କରିବାକୁ ଦିଲ୍ଲୀରେ ୩ରେ ହେବ ନିବେଶକ ସମ୍ମିଳନୀ ଓ ରୋଡ ସୋ’ । ସେଥିପାଇଁ ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏବଂ ବିଭାଗର ପ୍ରତିନିଧି ଦଳ ମଧ୍ୟ ଦିଲ୍ଲୀ  ଯିବେ । ଜାନୁଆରୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପପତି ମାନଙ୍କୁ ଭେଟି କରିବେ ଆମନ୍ତ୍ରଣ । ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ନୀତି ଓ ଭିତ୍ତିଭୂମି ଯୋଗାଇଦବା ସଂପର୍କରେ ୩ ତାରିଖରେ ନିବେଶକଙ୍କ ସହ କରିବେ ୱାନ ଟୁ ୱାନ ଆଲୋଚନା । ସେପଟେ ପାରାଦୀପ ଓ କେନ୍ଦ୍ରାପଡାରେ ହେବାକୁ ଥିବା ମିତଲ କାରଖାନା ପ୍ରତିଷ୍ଠା ଲାଗି କାମ ଆଗେଇଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ।

ଓଡିଶାକୁ ଆସିବ ବଡ଼ ପୁଞ୍ଜିନିବେଶ । ଦିଲ୍ଲୀରେ ୩ ତାରିଖରେ ହେବ ନିବେଶକ ସମ୍ମିଳନୀ ଏବଂ ରୋଡ ସୋ’ ।  ଏଥିପାଇଁ   ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ହୋଟେଲ ତାଜ୍‌ରେ ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିବେଶକଙ୍କ ସହ କରିବେ ୱାନ ଟୁ ୱାନ ଆଲୋଚନା । ରାଜ୍ୟରେ ଶିଳ୍ପର ବିକାଶ ଲାଗି ଜାନୁଆରୀ ୨୮ଏବଂ ୨୯ରେ ହେବ ମେକ ଇନ ଓଡିଶା -'ଉତ୍କର୍ଷ ଓଡିଶା' ୨୦୨୫ । 

Also read: ଆଜି ମଧ୍ୟରାତ୍ରୀରୁ ଭଦ୍ରକ ଜିଲ୍ଲାରେ ସ୍ଵାଭାବିକ ହେବ ଇଣ୍ଟରନେଟ୍ ସେବା

ଏଥିପାଇଁ ଲୋଗୋ ଉନ୍ନୋଚନ କରିସାରିଥିବା ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଶିଳ୍ପପତିଙ୍କୁ ଆସିବା ପାଇଁ ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରିବେ । ଫୁଡ୍ ପ୍ରୋସେସିଂ, ଇଟି,ଆଇଟି ଭଳି ଶିଳ୍ପ ସଂସ୍ଥାଙ୍କୁ ଓଡ଼ିଶା ଆଣିବା ପାଇଁ ସରକାର ଶିଳ୍ପପତି ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ । ବିଶେଷକରି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା ଇକୋ ସିଷ୍ଟମ ବିଷୟରେ ନିବେଶକଙ୍କ ସହ ଆଲୋଚନା ହେବ।  ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି,  ୫ ବର୍ଷରେ ଅଢେଇ ଲକ୍ଷ କୋଟିର ପୁଞ୍ଜିନିବେଶ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସରକାର ଗଠନର ୧୦୦ ଦିନ ଭିତରେ ରାଜ୍ୟକୁ ୪୫ ହାଜର କୋଟିର ପୁଞ୍ଜିନିବେଶ ଆସି ସାରିଲାଣି । 

ପାରାଦୀପରେ ହେବାକୁ ଥିବା ନିପନ ଷ୍ଟିଲର କାମ ଖୁବ ଶିଘ୍ର ଆରମ୍ଭ ହେବ ବୋଲି ଶିଳ୍ପ ମନ୍ତ୍ରୀ ବଡ଼ ଖବର ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ନିପନ ଷ୍ଟିଲ ସହ ଏୟଓୟୁ କରି ପୂର୍ବ ସରକାର ଚୁପ ବସିଥିଲେ । ଆମ ସରକାର ଆସିବା ପରେ ଏବେ କାରଖାନା ପ୍ରତିଷ୍ଠା ପ୍ରକ୍ରିୟା ଆଗକୁ ବଢିଛି । ମିତଲ ଷ୍ଟିଲ ପ୍ଲାଣ୍ଟ ଲାଗି ଜିଲ୍ଲା ପ୍ରଶାସନ ଓ ଶିଳ୍ପ ବିଭାଗ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଆବଶ୍ୟକୀୟ ଅନୁମତି ଖୁବ ଶିଘ୍ର ମିଳିବା ସହ କମ୍ପାନୀକୁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦିଆଯିବ । 

କେନ୍ଦ୍ରାପଡା ଜିଲ୍ଲାରେ ହେବାକୁ ଥିବା ମିତଲ କାରଖାନା ଲାଗି ରାଜ୍ୟସରକାର ପ୍ରକ୍ରିୟାକୁ ତ୍ବରାନ୍ତିତ କରିଛନ୍ତି ।   ଜଗତସିଂହପୁର ଓ କଟକରେ ପ୍ରତିଷ୍ଠା ହେବାକୁ ଥିବା   ଜେଏସଡବ୍ଲୁ କାରଖାନା ଫେରିଯିବ ବୋଲି ଚର୍ଚ୍ଚା ହେବା ପରେ ସରକାରଙ୍କ ଉଦ୍ୟମ ପରେ କମ୍ପାନୀ ଓଡିଶାରେ ପ୍ରକଳ୍ପ କରିବ ବୋଲି ସ୍ପଷ୍ଟ କରିସାରିଛି। ଏସବୁ ହେଲେ ରାଜ୍ୟରେ ଶିଳ୍ପ ବିକାଶ ସହ ନିଯୁକ୍ତି ବଢିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଶିଳ୍ପ ପ୍ରତିଷ୍ଠା ଲାଗି ନୂଆ ନୂଆ ସୁଯୋଗ ସୃଷ୍ଟି ହୋଇଛି ବୋଲି ସରକାର କହିଛନ୍ତି। ଯାହା ଏବେ ନୂଆ ଆଶା ସୃଷ୍ଟି କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.