ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବିବାଦୀୟ ବିଜୟ ମାଲ୍ୟାଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ୱେବ୍‌ ସିରିଜ୍‌ ,ଏହି ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍

19/12/2021 at 8:23 AM

ନୂଆଦିଲ୍ଲୀ୧୯।୧୨ : ଭାରତର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ବ୍ୟକ୍ତିତ୍ବ ବିଜୟ ମାଲ୍ୟା । ଯାହାରି ଖବର କୌଣସି କାହାଣୀ ଠାରୁ କମ୍‌ ନୁହେଁ । ଭାରତର ବିଜୟ ମାଲ୍ୟାଙ୍କୁ କିଏ ବା ନ ଜାଣେ। ଏହି ବ୍ୟକ୍ତିଙ୍କ ବିଷୟରେ କାହାକୁ ଅଛପା । ହେଲେ ବର୍ତ୍ତମାନ ମାଲ୍ୟାଙ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ୱେବ୍‌ ସିରିଜ୍‌। ମାଲ୍ୟା ଦିନେ ଭାରତର ଅନ୍ୟତମ ଧନୀ ଭାବେ ପରିଚିତ ଥିଲେ। ତାଙ୍କ ବଞ୍ଚିବାର ଅନ୍ଦାଜ ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ । କିନ୍ତୁ କିଛି ଭୁଲ ପାଇଁ ତାଙ୍କ ନାଁ ଖରାପ ହୋଇଗଲା। କିଙ୍ଗଫିସରର ଚେୟାରମ୍ୟାନ୍‌ ଥିବା ମାଲ୍ୟା ଏବେ ଭାରତ ଛାଡ଼ି ବିଦେଶରେ ରହୁଛନ୍ତି। ତେବେ ଇତି ମଧ୍ୟରେ ମାଲ୍ୟାଙ୍କୁ ନେଇ ଏକ ୱେବ୍‌ ସିରିଜ୍‌ ତିଆରି ହେବାକୁ ଯାଉଥିବା ନେଇ ସୂଚନା ମିଳୁଛି ।

ଓଟିଟି ପ୍ଲାଟଫର୍ମ ଏମ୍‌ଏକ୍ସ ପ୍ଲେୟାର ବିଜୟ ମାଲ୍ୟାଙ୍କ ଉପରେ ୱେବ୍‌ ସିରିଜ୍‌ ତିଆରି କରିବାକୁ ଘୋଷଣା କରିଛି। ଏହି ଫିଲ୍ମରେ ବିଜୟ ମାଲ୍ୟାଙ୍କ ଅସଲି ଜୀବନ କେମିତି ଥିଲା ସେ ବିଷୟରେ ଦର୍ଶାଯିବ। ସାଧାରଣତଃ ୱେବ୍‌ ସିରିଜ୍‌ରେ ଲୋକମାନେ ସତ୍ୟ ଘଟଣା ଉପରେ ନିର୍ମିତ ହେଉଥିବା ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି। ଏଣୁ ମାଲ୍ୟାଙ୍କ ଉପରେ ତିଆରି ହେବାକୁ ଥିବା ଏହି ଫିଲ୍ମକୁ ଲୋକମାନେ ପସନ୍ଦ କରିବେ ବୋଲି କୁହାଯାଉଛି। ଏମ୍‌ଏକ୍ସର ପ୍ଲେୟାର ଆଗାମୀ ଅରିଜିନାଲ ସିରିଜ୍‌ ପାଇଁ ‘ଦ ବିଜୟ ମାଲ୍ୟା ଷ୍ଟୋରୀ ଏପିସୋଡ୍‌’ ଘୋଷଣା କରିଛନ୍ତି। ଏହି ୱେବ୍‌ ସିରିଜ୍‌ରେ ବିଜୟ ମାଲ୍ୟାଙ୍କ ସମ୍ପୂର୍ଣ୍ଣ ଜୀବନ ଯାତ୍ରା ବିଷୟେ ଦେଖିବାକୁ ମିଳିବ। ସେ କେମିତି ଏତେ ଲୋକପ୍ରିୟ ହେଲେ, ଏହା ସହ ଏତେ ବଡ଼ ବ୍ୟକ୍ତିତ୍ୱ ସାଜିଲେ ଶେଷରେ ସେ କେମିତି ପଳାତକ ସାଜିଲେ, ଏ ସବୁ ବିଷୟରେ ଏହି ୱେବ୍‌ ସିରିଜ୍‌ ମାଧ୍ୟମରେ ଦର୍ଶକଙ୍କୁ ଦେଖାଯିବ ।

ସୂଚନାଯୋଗ୍ୟ ଯେ ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ନେଇ ପଳାଇଥିବାର ଅଭିଯୋଗ ହୋଇଛି। ବିଜୟ ମାଲ୍ୟା ୨ ମାର୍ଚ୍ଚ ୨୦୧୬ରେ ଭାରତ ଛାଡ଼ି ଚାଲି ଯାଇଥିଲେ। ଭିନ୍ନ ଭିନ୍ନ ମାମଲାରେ ସିବିଆଇ, ଇଡି ଓ ଇନ୍‌କମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ବିଜୟ ମାଲ୍ୟାଙ୍କୁ ଖୋଜୁଛି। ୨୪ ଏପ୍ରିଲ ୨୦୧୪ରେ ମନ୍ତ୍ରାଳୟ ବିଜୟ ମାଲ୍ୟାଙ୍କ ପାସପୋର୍ଟ ମଧ୍ୟ ରଦ୍ଦ କରି ଦେଇଛି।

   Related Posts